ସ୍ଵାମୀ ଙ୍କ ପାଇଁ ଦିନଟିଏ : ସାବିତ୍ରୀ ବ୍ରତ, ମନ୍ଦିର ରେ ମହିଳା ଙ୍କ ଭିଡ଼

ନିମାପଡା, ( ସନ୍ତୋଷ ଦାଶ) :-ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ଓଡିଆ ଘର ର ସମସ୍ତ ସଧବା ନାରୀମାନେ ଏହି ଦିନ ବ୍ରତ ପାଳନ କରିଛନ୍ତି । ପ୍ରାତଃ ରୁ ସ୍ନାନ କରି ଗ୍ରାମ ଦେବତୀ ଙ୍କ ନିକଟରେ ନୂଆ ଲୁଗା, ସିନ୍ଦୁର, ଅଳତା, ଫଳ ମୂଳ ଭୋଗ ଲାଗି କରିଥିଲେ । ଠାକୁରାଣୀ ଙ୍କ ନିକଟରେ ପୂଜା ହୋଇଥିବା ଲୁଗା ଓ ନବବସ୍ତ୍ର ପିନ୍ଧିବା ସହିତ ଅଳତା, ସିନ୍ଦୁର ପିନ୍ଧି ନିଜ ନିଜ ସ୍ଵାମୀ ଙ୍କୁ ପ୍ରଣାମ କରିଥିଲେ । ଠାକୁର ମାନଙ୍କ ନିକଟରେ ଭୋଗ ଲାଗି ହୋଇଥିବା ଫଳ ମୂଳ ଖାଇ ଓଷା ପାଳନ କରିଛନ୍ତି । ନିଜ ନିଜ ସ୍ଵାମୀ ଙ୍କ ଦୀର୍ଘାୟୁ କାମନା କରି ସଧବା ମହିଳା ମାନେ ଏହି ବ୍ରତ/ଓଷା ପାଳନ କରିଥାନ୍ତି। କିମ୍ବଦନ୍ତୀ ରହିଛି ଯେ, ସାବିତ୍ରୀ ନିଜ ସ୍ଵାମୀଭକ୍ତି, ବାକପଟୁତା, ଚତୁରତା କାରଣ ରୁ ମୃତ୍ୟୁ ର ଦେବତା ଯମ ଙ୍କୁ ସନ୍ତୁଷ୍ଟ କରି ନିଜ ସ୍ଵାମୀ ସତ୍ୟବାନ ଙ୍କୁ ପୁନଃ ଜୀବନ ଦେବା ସହିତ ଶଶୁର ଙ୍କ ଅନ୍ଧତ୍ବ ଦୂର କରିଥିଲେ ଓ ଶଶୁର , ସ୍ଵାମୀ ଙ୍କୁ ହାରିଯାଇଥିବା ରାଜ୍ୟ ଫେରସ୍ତ ଆଣି ଦେଇ ପାରିଥିଲେ । ଏଣୁ ସାବିତ୍ରୀ ଙ୍କୁ ମହାସତୀ ର ଆଖ୍ୟା ଦିଆଯାଇଅଛି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସଧବା ମହିଳା ମାନେ ସାବିତ୍ରୀ ଓଷା/ବ୍ରତ ପାଳନ କରି ନିଜ ସ୍ଵାମୀ ଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ନିଜ ପରିବାର ର ମଙ୍ଗଳ କାମନା କରିଥାନ୍ତି । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ସହଧର୍ମିଣୀ ଙ୍କ ପାଇଁ ବିଭିନ୍ନ ଫଳମୂଳ, ନୂଆଶାଢ଼ୀ, ବସ୍ତ୍ର, ଅଳତା, ସିନ୍ଦୁର ପ୍ରଭୁତି କିଣି ନେଇଥାନ୍ତି । ସାବିତ୍ରୀ ବ୍ରତ ଓଡିଆ ସଂସ୍କୃତି ସହିତ ଜଡିତ ହୋଇ ରହି ଆସିଛି କାହିଁ କେତେ କାଳରୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ