ସ୍ଵୟଂ ସହାୟକ ଗୋଷ୍ଟୀଙ୍କ ତାଲିମ ଶିବିର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ଭାରପ୍ରାପ୍ତ ଅଧିକାରୀ ସୁବ୍ରତ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ତାଲିମ ଶିବିର କୁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀଣୀ ନିର୍ଝରଣୀ ରାଉତ ଉଦଘାଟନ କରିଥିଲେ । ବିଭିନ୍ନ ବିଭାଗ ସହିତ କେଉଁ ଭଳି ଭାବେ ସହଭାଗିତା ଭିତ୍ତିରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ କରାଯିବ ସେନେଇ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ୨୩ଗୋଟି ପଞ୍ଚାୟତ ର ପ୍ରାୟ ୯୨ ଜଣ ମହାସଂଘ ମହିଳା ସ୍ୱୟଂ ସହାୟିକା ନେତ୍ରୀ ଏଥିରେ ତାଲିମ ଗ୍ରହଣ କରିଥିଲେ । ମାଷ୍ଟର ଟ୍ରେନର ଭାବେ ଅନ୍ନପୂର୍ଣ୍ଣା ପଣ୍ଡା, ଜୋସ୍ନା ସାହୁ, ଶକୁନ୍ତଳା ସାମଲ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସହକାରୀ ପ୍ରକଳ୍ପ ସଂଯୋଜିକା ସୁଜାତା ପଣ୍ଡା ତାଲିମ ଶିବିର କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ