ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ନିମ୍ନ୍ ମାନର ପୋଷାକ ବଣ୍ଟନ କରାଯାଇଥିବା ନେଇ ଅଙ୍ଗନୱାଡ଼ି ସଂଘର ସିଡିପିଓଙ୍କୁ ଅଭିଯୋଗ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ରେ ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁ ମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ନିମ୍ନ ମାନର ପୋଷାକ ବିତରଣ କରାଯାଇଥିବା ନେଇ ଅଭିଯୋଗ ଆଣିଛି ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କର୍ସ ସଂଘ ବେଲଗୁଣ୍ଠା ଶାଖା I ଏନେଇ ସଂଘ ବେଲଗୁଣ୍ଠା ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରିଛି I ଏହା ସହିତ କିଛି କେନ୍ଦ୍ରରେ ଆଜି ସୁଦ୍ଧା ୨୦୨୦/୨୧ ଆର୍ଥିକ ବର୍ଷର ପୋଷାକ ବଣ୍ଟନ କରାଯାଇନଥିବା ଅଭିଯୋଗ ଆଣିଛି ସଂଘ I ତେଣୁ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଚଳିତ ବର୍ଷର ପୋଷାକ ବିତରଣ କରାଗଲେ ତାହାକୁ ଅଙ୍ଗନୱାଡ଼ି ସଂଘ ଗ୍ରହଣ କରିବ ନାହିଁଁ ବୋଲି ସଂଘ ଦାବିପତ୍ରରେ ଉଲ୍ଲେଖ କରିଛି I ଏହା ସହିତ ବିଏଚଏନଡି ,ଅନ୍ନପ୍ରାଶନ,ଗୋଦଭରାଇ,ସ୍ଵଚ୍ଛ ଭାରତ,ବିଏଲ୍ଓ ଭଳି ଛଅଟି ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉ ବୋଲି ସଂଘ ଦାବି କରିଛି I ଏନେଇ ଲିଖିତ ସ୍ମାରକପତ୍ର ସିଡିପିଓଙ୍କୁ ପ୍ରଦାନ କରାଯିବା ସହିତ ଏହାର ନକଲ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସଂଘ ସଭାନେତ୍ରୀ କବିତା କୁମାରୀ ସାହୁ ଏବଂ ସମ୍ପାଦିକା ମମତା ପାଣିଗ୍ରାହୀ ପ୍ରକାଶ କରିଛନ୍ତି I ଏନେଇ ବେଲଗୁଣ୍ଠା ସିଡ଼ିପିଓ ଗାୟତ୍ରୀ ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ ସେ ଏହି ବିଷୟ ସମ୍ପର୍କରେ ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି I


