ସ୍ୱଚ୍ଛଭାରତ ଶୌଚାଳୟ ଭୂସୁଡି ବୃଦ୍ଧାମହିଳା ଆହତ
ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ୬୫’ ବର୍ଷ ବୟସ୍କ ବୃଦ୍ଧା ମହିଳା ଶୌଚ ପାଇଁ ସରକାରୀ ଶୌଚାଳୟ ରେ ପଶିଲା ବେଳକୁ ଶୌଚାଳୟ କାନ୍ଥ ଭୂସୁଡି ଯିବାରୁ ଆହତ ହୋଇଛନ୍ତି ।କେନ୍ଦ୍ର ସରକାରଙ୍କ ସ୍ବଚ୍ଛଭାରତ ଯୋଜନାରେ ନିର୍ମାଣ ହୋଇଥିବା ଶୌଚାଳୟଟି ଅତିନିମ୍ନମାନର ହୋଇଥିବାରୁ ଭୂସୁଡି ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୁଚନାଯୋଗ୍ୟ, ବଡପଳସା ଗ୍ରାମର ବଂଶୀଧର ଜ୍ୟୋତିଷିଙ୍କ ସହଧର୍ମିଣୀ ଆରତୀ ଜ୍ୟୋତିଷି ଶୌଚ ପାଇଁ ଶୌଚାଳୟକୁ ପଶିଲାବେଳକୁ କାନ୍ଥ ସହ ଛାତ ଭୂସୁଡି ପଡିବାରୁ ଆହତ ହୋଇଥିଲେ । ଶୌଚାଳୟ ନିର୍ମାଣରେ ଠିକାଦାର ମାନଙ୍କ ଲାଭଖୋର ପ୍ରକୃତି ଯୋଗୁ ଶୌଚାଳୟ ଗୁଡିକ ଅତି ନିମ୍ନମାନର ହେବାସହ ବିପଦ ପୂର୍ଣ୍ଣ ଓ ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ଅପର ପକ୍ଷେ ସରକାର ସ୍ବଚ୍ଛତାର ପ୍ରଚାର କରିବା ସହ କୋଟିକୋଟି ଟଙ୍କା ଖର୍ଚ କରି ମଧ୍ୟ କୌଣସି ସୁଫଳ ପାଇପାରୁ ନାହାନ୍ତି । ଅପର ପକ୍ଷେ ଆଞ୍ଚଳିକ ଲୋକଙ୍କୁ ଅଣଦେଖା କରି ବହଳଦା ଅଞ୍ଚଳରେ ବସବାସ କରୁଥିବା ବାଙ୍ଗଲାଦେଶୀ ରିଫ୍ୟୁଜୀ ମାନଙ୍କୁ ଠିକାକାର ଦିଆଯିବା ମଧ୍ୟ ଅନ୍ୟଏକ କାରଣ।ଏଥିରେ ବିଭାଗିୟ ଯନ୍ତ୍ରୀ ମାନଙ୍କ ମଧ୍ୟ ପି.ସି. ସମ୍ପୃକ୍ତ ଥିବାରୁ ନିର୍ମାଣ ବେଳେ ଠିକାଦାର ମାନଙ୍କୁ ତାଗିଦ କରୁନାହାନ୍ତି କି ବିଲ୍ ପାସ କଲାବେଳକୁ ନିର୍ମିତ ଶୌଚାଳୟ ଗୁଡିକର ବିଭାଗ ପକ୍ଷରୁ ମାନ ପରିକ୍ଷା କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଏପରିସ୍ଥିରେ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଶୌଚାଳୟ ବ୍ୟବହାର କରିବାକୁ ଭୟ କରୁଛନ୍ତି ।