ଭୀମଟାଙ୍ଗି ଉନ୍ନୟନ ପରିଷଦର ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୀମଟାଙ୍ଗି ଉନ୍ନୟନ ପରିଷଦର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଛି । ଏହି ଅବସରରେ ବିଶ୍ୱ ଶାନ୍ତି ପାଇଁ ଭୀମଟାଙ୍ଗି ଆକାଶ ବିହାର ଗୋଷ୍ଠୀ କେନ୍ଦ୍ରଠାରେ ମହାଯଜ୍ଞ ଶ୍ରୀମଦ୍ ଭାଗବତ ପରାୟଣ କରାଯାଇଥିଲା । ଏଥିରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ଏଥିରେ ସୁନାମଧନ୍ୟ ପ୍ରବକ୍ତାବୃନ୍ଦ ପ୍ରବଚନ ପ୍ରଦାନ କରିଥିଲେ । ଏହାକୁ ପରିଷଦର ସଭାପତି ପୁରୁଷୋତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ଚିତ୍ରସେନ ବିଶୋଇ ଓ ସଭ୍ୟମାନେ ପରିଚାଳନା କରିଥିଲେ ।


