ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ଠାରେ ୟୁଥ ଫର ଏକ୍ସନ ପକ୍ଷରୁ ସମାଜସେବୀ ବି. କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ ଫର ଆକ୍ସନର ଏଡଭାଇଜର ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ ରାଜ୍ୟସ୍ତରରେ ଅନୁଷ୍ଠିତ ହେଉଥିବାବେଳେ ଦକ୍ଷିଣ ଓଡିଶା ପ୍ରଭାରୀ ଲକ୍ଷ୍ମଣ ପଲେଇ ପାତ୍ରଙ୍କ ସୂଚନାକ୍ରମେ ଆଜି ଗ୍ରାମର ଶତାଧିକ ଯୁବକ ଲୋକନାଥେଶ୍ଵର ମନ୍ଦିରଠାରୁ ବାହାରି ମୁଖ୍ୟ ସଡ଼କ, ବଜାର, ଜଗନ୍ନାଥ ମନ୍ଦିର ବଡ ଦାଣ୍ଡ , ସରସ୍ବତୀ ଶିଶୁ ମନ୍ଦିର ରାସ୍ତା ଆଦି ଝାଡୁ କରି ସଫେଇ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶୋଭେନ୍ଦ୍ର ନାଥ ଘଡ଼ାଇ , ପୂର୍ବତନ ସମିତି ସଭ୍ୟ ପ୍ରଦୀପ କୁମାର ଦଳାଇ , ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ , ଚିଣ୍ଟୁ ସୁବୁଦ୍ଧି , ବାବୁନି ପାଣିଗ୍ରାହୀ , ଚିତ୍ରସେନ ଲେଙ୍କା , ମନୁ ପଟ୍ଟନାୟକ , ସୁମନ ପାଇକ, ରାଜା ଦୋରା , କୈଳାଶ ସାହୁଙ୍କ ସମେତ ଗ୍ରାମର ବୁଦ୍ଧିଜୀବୀ ଓ ଯୁବକମାନେ ଅଂଶଗ୍ରହଣ କରିଥିଲେ ।


