ହତ୍ୟା ଘଟଣାରେ ପ୍ରେମିକ ଗିରଫ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଅଂଚଳରେ ୧ ତାରିଖ ଦିନ ହାତ ଗୋଡ ବନ୍ଧା ମୃତଦେହ ପୋଲିସ ଜବତ କରିଥିବା ଘଟଣାରେ ୫ ତାରିଖ ଦିନ ମୃତ ଯୁବରାଜ ଗୁପ୍ତାଙ୍କ ସ୍ତ୍ରୀକୁ ପୋଲିସ ଗିରଫ କରିଥିବା ବେଳେ ପୋଲିସ ଆଜି ସ୍ତ୍ରୀର ପ୍ରେମିକକୁ ପିପିଲି ଥାନା ଅନ୍ତର୍ଗତ ବାଜେଶ୍ୱରପୁର ଗ୍ରାମରୁ ଗିରଫ କରିଛି । ଏଥିସହ ୩୦ ହଜାର ଟଙ୍କାରେ ସୁପାରୀ ଦେଇଥିବା ଘଟଣା ପୋଲିସ ନିକଟରେ ସ୍ତ୍ରୀ ସ୍ୱୀକାର କରିଥିବା ବେଳେ ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି । ଅନ୍ୟ ପଟେ ଗିରଫ ପ୍ରେମିକ ସୁଜିତ ମହାପାତ୍ର୍କୁ ଡାକ୍ତର ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ ଆଲୋକ ରଂଜନ ଜଗଦଲା କହିଛନ୍ତି ।


