ସ୍ୱଚ୍ଛ ସର୍ବେକ୍ଷଣ – ୨୦୨୧ ପାଇଁ ତାଲିମ ଶିବିର

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡିସେମ୍ବର ୪ ତାରିଖ ଦିନ “ସ୍ୱଚ୍ଛ ସର୍ବେକ୍ଷଣ – ୨୦୨୧” କାର୍ଯକାରୀ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ତାଲିମଦାତା ଭାବେ ପରିମଳ ବିଶେଷଜ୍ଞ ମୁନା ଗୌଡ଼ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ, ଓ ଏନଏସି କର୍ମଚାରୀ ବୃନ୍ଦ ଯୋଗଦେଇ ୨୦୨୧ ମସିହାରେ ବୁଗୁଡା ସହରର ପରିମଳ ବ୍ୟବସ୍ଥା ପରିଚାଳନା ପାଇଁ ତାଲିମ ଗ୍ରହଣ କରିଥିଲେ। ରାଜ୍ୟ ସରକାର ସମସ୍ତ ସହର କିପରି ପରିଷ୍କାର ଓ ସୁନ୍ଦର ରହିବ ସେଥିପାଇଁ ଗୁରୁତ୍ୱ ଦେଉଥିବା ବେଳେ ଏହିପରି ତାଲିମ ଶିବିର ଆୟୋଜନ ହେଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ