ସ୍ୱପ୍ନରେ ନିଆଁ କିମ୍ବା ପାଣି ଦେଖୁଥିଲେ…
ସାଧାରଣତଃ ନିଦରେ ଅନେକ ଲୋକ ସ୍ୱପ୍ନ ଦେଖିଥାଆନ୍ତି । ହେଲେ କିଛି ଲୋକ ଦେଖିଥିବା ସ୍ୱପ୍ନ ପ୍ରତି ଏତେଟା ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ସେମାନେ ଜାଣି ନଥାନ୍ତି ଯେ, ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛିୟୟ । ସେହିଭଳି ସ୍ୱପ୍ନରେ ନିଆଁ କିମ୍ବା ପାଣି ଦେଖିବ ମଧ୍ୟ ଆମକୁ କିଛି ସଙ୍କେତ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସ୍ୱପ୍ନରେ ଯଦି ନିଆଁ କିମ୍ବା ପାଣି ଦେଖନ୍ତି ତାହାହେଲେ ଏହା କେଉଁ ସଙ୍କେତ ଦେଇଥାଏ ।
-ଯଦି ସ୍ୱପ୍ନରେ କୌଣସି ସ୍ଥାନରେ ନିଆଁ ଲାଗିଥିବାର ଦେଖନ୍ତି ତେବେ ଏହା ସଙ୍କେତ ଦିଏ ଯେ, ଆପଣ ଖୁବଶୀଘ୍ର ମାନସିକ ବିଷାଦରୁ ମୁକ୍ତି ପାଇବା ସହ ଭବିଷ୍ୟତରେ ବିଦେଶ ଯାତ୍ରା କରିପାରନ୍ତି ।
-ସ୍ୱପ୍ନରେ ଯଦି ନିଜ ଘର ନିଆଁରେ ଜଳୁଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ଘରେ ଖୁବଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହେବାର ସୂଚନା ଦେଇଥାଏ । ଆପଣ ଯଦି ଅବିବାହିତ ତେବେ ଖୁବଶୀଘ୍ର ଆପଣ ନିଜ ମନପସନ୍ଦର ଜୀବନ ସାଥୀ ପାଇବାର ସଙ୍କେତ ମଧ୍ୟ ଦେଇଥାଏ ।
-ସ୍ୱପ୍ନରେ ନଦୀ ଦେଖିବା ଖୁବ୍ ଶୁଭ ବୋଲି କୁହାଯାଇଥାଏ । ଏହା ଆପଣଙ୍କ ସ୍ୱପ୍ନକୁ ଖୁବଶୀଘ୍ର ପୂରା ହେବ ବୋଲି ସଙ୍କେତ ଦେଇଥାଏ ।
-ମାତ୍ର ସ୍ୱପ୍ନରେ ବନ୍ୟା ଦେଖିବା ଆଗାମୀ କୌଣସି ଅଘଟଣର ସୂଚନା ଦେଇଥାଏ ବୋଲି କୁହାଯାଏ ।
-ସ୍ୱପ୍ନରେ ବର୍ଷା ଦେଖିବା, ଆଗାମୀ ଦିନରେ ଆପଣଙ୍କ ଜୀବନରେ ଖୁସି ଆସିବାର ସଙ୍କେତ ଦେଇଥାଏ ।
-ସ୍ୱପ୍ନରେ ସମୁଦ୍ର ଦେଖିବା ଅର୍ଥ ଆପଣଙ୍କ ଦ୍ୱାରା ହୋଇଥିବା କୌଣସି ଭୁଲକୁ ସୁଧାରିବା ଆବଶ୍ୟକ ।
-ସ୍ୱପ୍ନରେ ନିର୍ମଳ ପାଣି ଦେଖିବା ଅର୍ଥ ଆପଣଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରିଶ୍ରମ ସଫଳ ହେବାକୁ ଯାଉଛି ।