ସ୍ୱର୍ଗତ ଆଦିକନ୍ଦ ବେହୁରିଆଙ୍କ ସ୍ମୃତି ଚାରଣ ସଭା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ଗ୍ରାମରେ ସ୍ବର୍ଗତ ଆଦିକନ୍ଦ ବେହୁରିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଶ୍ରଦ୍ଧାଞ୍ଜଳି ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କହ୍ନେଇ ଚରଣ ବିଳାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭଦ୍ରକ ମହାବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡା. ରାମଚନ୍ଦ୍ର ପଣ୍ଡା, ଭଦ୍ରକ ପୂଜ୍ୟପୂଜା ସଂସଦର ସଂପାଦକ ରୂପକ ବିହାରୀ ରାୟ, ସହ ସମ୍ପାଦକ ବୈକୁଣ୍ଠ ନାଥ ବିଶ୍ବାଳ, ବିଶିଷ୍ଠ ସାହିତ୍ୟିକ କରୁଣାକର ବେହୁରିଆ, ଶିକ୍ଷା ନିବୃତ୍ତ ଶିକ୍ଷକ ବ୍ରହ୍ମାନନ୍ଦ ବିଶ୍ବାଳ, ରକ୍ଷାକର ବିଶ୍ବାଳ, ଲଛମନ ନାୟକ, ଗଦାଧର ନାୟକ, ଅଧ୍ୟାପକ ପ୍ରଶାନ୍ତ ନାୟକ, ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ, ସମାଜସେବୀ ଶଶାଙ୍କ ଶେଖର ବେହୁରିଆ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଆଦିକନ୍ଦ ବେହୁରିଆଙ୍କ ସ୍ମୃତି ଚାରଣ କରିଥିଲେ । କଲିକତାରେ ପ୍ରବାସୀ ଓଡିଆଙ୍କ ପାଇଁ ସେ ସଦା ସର୍ବଦା ତତ୍ପର ଥିଲେ । ସେ ସେଠାରେ ଉତ୍କଳ ସମାଜ, ଓଡିଆ ସମାଜ ଆଦି ବହୁ ଅନୁଷ୍ଟାନ ସହ ଜଡିତ ହୋଇ କାର୍ଯ୍ୟ ନିର୍ବାହ କରିଥିଲେ । ଏହି ଅବସରରେ ସ୍ବର୍ଗତ ବେହୁରିଆଙ୍କ ସ୍ମୃତିରେ “ଆଦ୍ୟାୟନ” ନାମକ ସ୍ମରଣିକା ଡା. ପଣ୍ଡାଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ