ସ୍ୱର୍ଗତ ପ୍ରାଣନାଥଙ୍କ ୪୯ତମ ସ୍ମୃତିଚାରଣ

ଭୁବନେଶ୍ୱର,: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଏକାଦଶ ସପ୍ତାହରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ବିପ୍ଲବୀ, ମହାନ୍ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ସାମ୍ବାଦିକ, ପ୍ରାକ୍ତନ ବିଧାୟକ ତଥା ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୪୯ତମ ସ୍ମୃତିଚାରଣ ଦିବସ ସ୍ଥାନୀୟ ପ୍ରାଣନାଥ ମାର୍ଗଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ତାଙ୍କ ସୁପୁତ୍ର ତଥା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ଓ ସିନେ ସମୀକ୍ଷକ ପ୍ରଦୋଷ ପଟ୍ଟନାୟକ, ସାମାଜିକ କର୍ମୀ ଦିଲ୍ଲୀପ ଦାସଶର୍ମା, ଯନ୍ତ୍ରୀ ଶିବ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପ୍ରାଣକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ପ୍ରାଣନାଥ ପଟ୍ଟନାୟକ ଥିଲେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ତଥା ଖୋର୍ଦ୍ଧା ଓ ସମଗ୍ର ଓଡ଼ିଶାର ସେ ଗର୍ବ ଓ ଗୌରବ । ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ସହିତ ସ୍ୱାଧୀନତା ଆନ୍ଦୋଳନରେ କାରାବରଣ କରି ଜେଲ୍ ଯାଇଥିଲେ । ତତ୍ସହିତ ତାଙ୍କ ବହୁମୁଖୀ ପ୍ରତିଭାର ଆଦର୍ଶରେ ଆଜିର ଯୁବଗୋଷ୍ଠୀ ଅନୁପ୍ରାଣିତ ହେବା ଜରୁରୀ । ଏହି ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ବିଗତ ଦଶ ସପ୍ତାହ ଧରି ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଫଟୋଚିତ୍ର ଓ ଗଣମାଧ୍ୟମର ବିବରଣୀ ଉନ୍ମୋଚିିତ ହୋଇଥିଲା । ଏହା ପରେ ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ପ୍ରତିମୂର୍ତ୍ତି ଚତୁଃପାଶ୍ୱର୍ ସଫେଇ କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।    ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନରେ ସଂଯୋଜକ କିଷନ ବରାଇଙ୍କ ସଂଯୋଜନାରେ ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସହିତ ସ୍ମୃତିଚାରଣ ସଭାରେ ମଞ୍ଜରୀଦେବୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ଦାସ, ତନ୍ମୟ ସାମନ୍ତରାୟ, ଲିଙ୍ଗରାଜ ସାହୁ, ମନଜିତ କୌର, ନାରାୟଣ ଖୁଣ୍ଟିଆ, ବିଜୟ ମଲ୍ଲ, ସଂଗ୍ରମା ବଳିୟାରସିଂ, ସଞ୍ଜିବ ପଣ୍ଡା, ଡମ୍ବରୁଧର ହରଣସିଂହ, ବୁଦ୍ଧିମାନ ନାୟକ, ଡ. ଅସିତ୍ ଦାସ, ଉମାଚରଣ ମହାନ୍ତି, ବିଜୟ ପରିଡ଼ା, ସାଧୁ ଚରଣ ବେହେରା, ପ୍ରଦୀପ କୁମାର ବିଶ୍ୱାଳ, କୈଳାସ ମୁଦୁଲି, ବିଶ୍ୱନାଥ ସ୍ୱାଇଁ, ସଞ୍ଜୟ ରାୟ, ନିରଞ୍ଜନ ସାହୁ, ଶରତ ରାଉତ, ପ୍ରଫୁଲ୍ଲ ବାରିକ, ମନୋରଞ୍ଜନ ବାରିକ, ସିତାଂଶୁ ଶେଖର ମହାରଣା, ସମିତା ମହାରଣା, ବୁଦ୍ଧିମାନ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଭିଯାନର ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ