ସ୍ୱର୍ଗତ ବସନ୍ତ ମଞ୍ଜରୀଙ୍କ ସ୍ମୃତିଚାରଣ ସଭା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ସ୍ୱର୍ଗତ କିର୍ତ୍ତନ ବିହାରୀ ବରାଳଙ୍କ ଧର୍ମପତ୍ନୀ ସ୍ୱର୍ଗତ ବସନ୍ତ ମଞ୍ଜରୀ ବରାଳଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ କୁମାର ବରାଳ, ପ୍ରସନ୍ନ ବରାଳ, ଅଭିନ୍ନ ବରାଳ, ସନ୍ଧ୍ୟାରାଣୀ ବରାଳ, ବିଜୟଲକ୍ଷ୍ମୀ ବେହେରା, ମାନସୀ ବରାଳ, ସରୋଜିନୀ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତି୍ୟକ ବାଳକୃଷ୍ଣ ରାଉତ, ଘସିପୁରାର ବିଧାୟକ ବଦ୍ରି ନାରାୟଣ ପାତ୍ର, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଦର ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ଜିଲ୍ଲାପରିଷଦ କୌଶଲ୍ୟା ସେଠୀ, ବିଜେପି ନେତା ଆଲୋକ ସେଠୀ, ବିଜେଡି ନେତା ଶାନ୍ତନୁ ସେଠୀ, ଅଭିମନୁ୍ୟ ସେଠୀ, ବିଶ୍ୱନାଥ ପ୍ରତାପ ଜେନା, ନାରାୟଣ ଜେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ସୁଧାଶୁଂ ରାଉତ, ମାର୍କଣ୍ଡ ଚରଣ ଓଝା, ଛବିନ୍ଦ୍ର ନାୟକ, ନକୁଳ ରାଉତ, ଅନାମ ଚରଣ ବରାଳ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସତ୍ୟାନନ୍ଦ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରିଥିଲେ । ।ସ୍ୱର୍ଗତ ବସନ୍ତ ମଞ୍ଜରୀ ସେତବେଳର ଜରେ ସମାଜସେବୀକା ଭାବେ ପରିଚିତ ଥିବାବେଳେ ସେ ରମାଦେବୀଙ୍କ ସହ ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବୋହୁ ସତ୍ୟଭାମା ବରାଳ, ସୌଭାଗିନୀ ପରିଜା, କୁନି ବରାଳ, ଜ୍ୱାଇଁ ସହଦେବ ସତପଥି, ଅରୁଣ ବେହେରା, ପ୍ରଦୀପ ମହାପାତ୍ର, ଶ୍ରୀଧର ଜେନା, ରକ୍ଷାକର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ସମସ୍ତ ପରିବାରବର୍ଗ ଓ ଗ୍ରାମବାସୀ ସହଯୋଗ କରିଥିଲେ ।


