ସ୍ୱର୍ଗତ ରାମ ଚନ୍ଦ୍ର ଜେନାଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଶ୍ରୀବନ୍ତପୁର ଗ୍ରାମର ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ ରାମ ଚନ୍ଦ୍ର ଜେନାଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମହତାବ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ବିଜେପି ନେତା ଡଃ.ସୁଧାଂଶୁ ଶେଖର ନାୟକ, ରାଜ୍ୟ ବିଜେପି ପ୍ରବକ୍ତା ପତଞ୍ଜଳୀ କରଶର୍ମା, ରବିନ୍ଦ୍ରନାଥ ଓଝା, ଜୟନ୍ତ ପଣ୍ଡା, ସନ୍ତୋଷ କୁମାର ମିଶ୍ର, ବିକ୍ରମ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଜେନା ଜଣେ ପରୋପକାରୀ ମଣିଷ ଥିଲେ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପୁତ୍ର ଆଲୋକ କୁମାର ଜେନା, ପ୍ରଦୀପ ଜେନାଙ୍କ ସମେତ ପରିବାରବର୍ଗ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ