ସ୍ୱର୍ଗତ ସୁରେଶ ଚନ୍ଦ୍ର ରାଉତଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସଭା ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କଂଗ୍ରେସର ଲଢୁଆ ନେତା ସ୍ୱର୍ଗତ ସୁରେଶ ଚନ୍ଦ୍ର ରାଉତଙ୍କ ଜନ୍ମସ୍ଥାନ ମଙ୍ଗୁଲି ଠାରେ ଗୁରବାର ସୁରେଶ ଚନ୍ଦ୍ର ରାଉତ ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ୱର୍ଗତ ରାଉତଙ୍କର ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ସ୍ମୃତି ସଂସଦର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯୋଗ ଦେଇ ଏଭଳି ବ୍ୟକ୍ତିତ୍ୱଙ୍କର ପ୍ରତିମୂର୍ତ୍ତି ଯଦି ବ୍ଲକ କିମ୍ବା ଜିଲା ସଦର ମହକୁମାରେ ପ୍ରତିଷ୍ଠା କରାଯାଏ ତେବେ ସେ ସହଯୋଗ କରିବେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବିଧାୟକ ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ ମଣ୍ଡଳ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଭାଜପା ନେତା ପଞ୍ଚାନନ ରାଉତ, ରାଜ୍ୟ ବିଜେଡି ସମ୍ପାଦିକା ସୁଜାତା ଜେନା, ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ ଦାସ, ପ୍ରାକ୍ତନ ଜିଲା କଂଗ୍ରେସ ସଭାପତି ସୁଧାକର ରାଉତ, ଜିଲା କଂଗ୍ରେସ ସଭାପତି ଅଶୋକ ଦାସ, ସାମାଜିକ କର୍ମୀ ଲାଲା ସ୍ୱାଇଁ, ଇଂ.ଲକି ମାଷ୍ଟର ସ୍ୱାଇଁ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ରବି ନାରାୟଣ ମହାନ୍ତି, ଆନନ୍ଦ ଚନ୍ଦ୍ର ଓଝା, ରାଜୀବଗାନ୍ଧୀ ସେବା ସଙ୍ଗଠନର ଜିଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ଇଂ.ସୁଧାଂଶୁ ନାୟକ, ଗୋପିନାଥପୁର ସରପଞ୍ଚ ସବିତା ନାୟକ, ପ୍ରାକ୍ତନ ସରପଞ୍ଚ ପ୍ରଦୀପ୍ତ ନାୟକ, ସତ୍ୟବାନ ଦାସ, ଖଗେଶ୍ୱର ପାତ୍ର, ଭଣ୍ଡାରିପୋଖରୀରୁ ଆଗତ ଗୋଲକ ବେହେରା, ବିଜୟ ଶଙ୍କର ମହାନ୍ତିଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ସ୍ମୃତି ସଂସଦର ସଭାପତି ମାର୍କଣ୍ଡ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।