ସ୍ୱାଧିନତାର ୭୫ବର୍ଷ ପରେ ସୁଦ୍ଧା ଅପହଞ୍ଚ ବିକାଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଘୁଝୁଳି ପଞ୍ଚାୟତ ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥାପିତ । ଏହି ପଞ୍ଚାୟତର ବେତେଗଣ୍ଡା ଗ୍ରାମ ଆହୁରି ଦୁର୍ଗମ ଇଲାକାରେ ଅବସ୍ଥାପିତ । ଆଦିବାସୀ ଗ୍ରାମ ଗୁଡିକର ମୌଳିକ ସୁବିଧାରେ ଏବେବି ଅପହଞ୍ଚ ରହିଛି ଏମିତି ଅନେକ ଗ୍ରାମ । ଯେଉଁଠିକି ପ୍ରଶାସନିକ ଅଧିକାରୀ ବା ରାଜନତା ବା ମନ୍ତ୍ରୀଙ୍କ କାହାରି ଦେଖାନାହିଁ । ବିକାଶର ଡିଣ୍ଡିମ ପିଟି ଲୋକଙ୍କୁ ବିକାଶର ଚିତ୍ର ଦେଖାଉଥିବା ସରକାରଙ୍କ ଅସଲ ମୁଖା ଖୋଲିଯାଉଛି ଏହି ଆଦିବାସୀ ଅଧ୍ୟୁଷିତ ତଥା ବନପାହାଡ ଘେରାରେ ରହୁଥିବା ଲୋକଙ୍କ ବାସ୍ତବଚିତ୍ରକୁ ଦେଖିଲେ । ଗ୍ରାମବାସୀ ଭଲରାସ୍ତାଟିଏ ପାଇଁ ନେହୁରା ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି । ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ, ପ୍ରଶାସନ ପ୍ରଭୃତିଙ୍କୁ ବାରମ୍ବାର ଲେଖି ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ବେତେଗଣ୍ଡା ଗ୍ରାମବାସୀ । ଅସୁବିଧା ମୂଳରେ ରହିଛି ଅଧିକାଂଶ ଗାଁକୁ ଏବେବି ଭଲ ରାସ୍ତା ଖଣ୍ଡିଏ ନାହିଁ । ଏହି ବ୍ଲକ ଦେଇ ପ୍ରବାହିତ ହରଭଙ୍ଗୀ ନଦୀ ଦେଇ ରାୟଗଡା ଜିଲ୍ଲା ବଂଶଧାରା ନଦୀକୁ ଯାଉଅଛି ହରଭଙ୍ଗୀ ନଦୀ । ଲୋକଙ୍କ ପାଇଁ ବିକାଶର ପ୍ରତିବନ୍ଧକ ସାଜିଛି ନଦୀରେ ପୋଲ ନିର୍ମାଣ । ଗାଁ ଗୁଡିକୁ ସଂଯୋଗୀକରଣ ହୋଇପାରୁ ନାହିଁ । ଯାହାଫଳରେ ଘୁଝୁଳି ପଞ୍ଚାୟତର ବତେଗଣ୍ଡାର ୪୦ପରିବାର, ପଣସଢିଅରେ ୩୦ ପରିବାର, ବାମପଦାରେ ୩୦ ପରିବାର ଏପରି ୧୦୦ରୁ ଉର୍ଦ୍ଧ ପରିବାର ରହିଥିବା ବେଳେ ୬୦୦ରୁ ଉର୍ଦ୍ଧ ଭୋଟର ରହିଛନ୍ତି । ଘୁଝୁଳି ପଞ୍ଚାୟତକୁ ଯିବାକୁ ହେଲେ ମଝିରେ ପଡୁଛି ହରଭଙ୍ଗୀ ନଦୀ । ହେଲେ ଗର୍ଭବତୀ ମହିଳାଙ୍କୁ ବା କୌଣସି ଭତ୍ତା କିମ୍ବା ଅନ୍ୟ କୌଣସି କାମରେ ଯିବାଆସିବାକୁ ହେଲେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପ୍ରାୟ ୩ଗୋଟି ଗ୍ରାମର ଗ୍ରାମବାସୀ । ଯଦି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆନଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ୩ଖଣ୍ଡ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏନେଇ ଘୁଝୁଳି ପଞ୍ଚାୟତର ସରପଞ୍ଚ ସୁବାସିନୀ ମାଝୀ, ସମିତି ସଭ୍ୟ ଲତା ମାଝୀ, ରିନା ମାଝୀ, ପ୍ରଶାନ୍ତ ମାଝୀ, ଦାନିଏଲ ମାଝୀ, ନିଶା ମାଝୀ ପ୍ରମୁଖ ଜଣାଇଛନ୍ତି ଯେ, ଏପରି ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ