ସ୍ୱାଧିନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ଜୟନ୍ତୀ ପାଳିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ଜାତୀୟ ମୁକ୍ତି ସଂଗ୍ରାମର ମହାନ୍ ସୈନିକ ଗୋବରା ମାଟିର ଗାନ୍ଧୀ ସ୍ୱାଧିନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୧୯ ତମ।ଜୟନ୍ତୀ ଉତ୍ସବ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ଗୋବରାଠାରେ ପାଳିତ ହୋଇଯାଇଅଛି ।ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରିବା ସହ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରି ସାଧାରଣ ଜନତାଙ୍କ ସହ ମହାତ୍ମାଗାନ୍ଧୀ ଏବଂ ବାଞ୍ଛାନିଧିଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ସ୍ମୃତିକୁ ଜାଗ୍ରତ କରିବା ପାଇଁ ଅଧ୍ୟକ୍ଷ ଅନାମ ବେହେରାଙ୍କ ସଭପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ସ୍ୱର୍ଗତ ପଟ୍ଟନାୟକଙ୍କ ଅସହଯୋଗ ଆନ୍ଦୋଳନରେ ଭୂମିକା, ଗାନ୍ଧୀ ପଦଯାତ୍ରାରେ ଅଂଶଗ୍ରହଣ ସହ ହରିଜନ ସେବକ ସଂଘ ପ୍ରତିଷ୍ଠା,ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନ, ପଶୁବଳି ବିରୁଦ୍ଧରେ ତାଙ୍କର ଉଦ୍ୟମକୁ ସ୍ମରଣ କରି ବକ୍ତାମାନେ ତାଙ୍କ ଗୁଣାବଳୀର ଭୁୟସି ପ୍ରଶଂସା କରିଥିଲେ ।ପ୍ରକାଶ ଯୋଗ୍ୟ ଯେ ୧୯୦୧ମସିହା ଅକ୍ଟୋବର୧୯ ରେ ଗୋବରା ରେ ଜନ୍ମଗ୍ରହଣ କରିଥିବା ସ୍ୱାଧିନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୯୮୮ମସିହାରେ ଅଗଷ୍ଟ୧୭ ତାରିଖରେ ୮୭ବର୍ଷ ବୟସରେ ପରଲୋକ ହୋଇଥିଲା ।ଛାତ୍ରଛାତ୍ରୀମାନେ ବାଞ୍ଛାନିଧିଙ୍କ ଜିବନୀ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ରାମ ଭାଇ,ଟିକି ଅପା,ମମତା ଅପା, ଓ ସ୍ମିତାଅପା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ସରଳ ଏବଂ ଗାନ୍ଧୀଵାଦ ଚିନ୍ତାଧାରାରେ ଆମ୍ଭେ ଅନୁପ୍ରାଣିତ ହେଲେ ବହୁ ସମାସ୍ୟାର ସମାଧାନ ସହଜରେ ହେବା ସହ ଆମେ ଶାନ୍ତିରେ ରହିପାରିବା ବୋଲି ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ମତବ୍ୟକ୍ତ କରିଥିଲେ ।