ସ୍ୱାଧୀନତା ଦିବସରୁ ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମିଳିତ ମହାସଂଘ ପକ୍ଷରୁ ପୁରୁଣା ଭୁବନେଶ୍ୱରସ୍ଥିତ ଡ଼ାଲମିୟା ଧର୍ମଶାଳାରେ ଏକ ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତି ଓ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ସଭା ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସମେତ ବରିଷ୍ଠ କର୍ମକର୍ତ୍ତମାନେ ଯୋଗଦାନ କରି ରାଜ୍ୟ ସରକାରଙ୍କ ନିକଟରେ ସଂଘର ଦୀର୍ଘଦିନର ପୁରୁଣା ଦାବୀ ଉପସ୍ଥାପନ କରିଥିଲେ । ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ, ପିଅନ, ରାତ୍ର ଜଗୁଆଳ ଓ ଝାଡୁଦାରମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ପ୍ରଦାନ କରାଯାଉ, (୧) ସମାନ କାମକୁ ସମାନ ଦରମା (୨) ୨୦୧୪ ମସିହା ନିୟମ ୧୨୫ ଓ ୧୯୬୪ ମସିହା ୧୨୩ ଆଇନକୁ ତୁରନ୍ତ ସଂଶୋଧନ କରାଯାଉ, (୩) ରାଜ୍ୟ ସପ୍ଲିମେଣ୍ଟାରୀ ବଜେଟରେ ଏହି କର୍ମଚାରୀମାନଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ରଖିବା, (୪) ପଞ୍ଚାୟତିରାଜ ବିଧିବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହିତ ଇ-ଗଭର୍ଣ୍ଣାନ୍ସ ପୋର୍ଟାଲ କିମ୍ବା ସନ୍ଦେଶ ଆପ୍‌ରେ କର୍ମଚାରୀମାନଙ୍କ ସବିଶେଷ ତାଲିକାକୁ ପଞ୍ଜିକରଣ କରାଯାଉ, (୫) ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି କରାଯାଉ, (୬) ଶ୍ରମ ଓ ନିୟୋଜନ ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ଦୈନିକ ସର୍ବନିମ୍ନ ମଜୁରୀ ୩୪୫ ଟଙ୍କାରୁ କମ୍ ହେଉନଥିବା ଏକ ଷ୍ଟାଣ୍ଡିଂ ଅର୍ଡ଼ର ପ୍ରତ୍ୟେକ ପଞ୍ଚାୟତକୁ ପ୍ରଦାନ କରିବା, (୭) ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ, (୮) ବିଗତ ଦିନମାନଙ୍କରେ ଗ୍ରାମ ପଞ୍ଚାୟତରେ ଥିବା ସମ୍ପାଦକମାନଙ୍କୁ ଯେଉଁଭଳି ଭାବରେ ଏକ ଉଚ୍ଚସ୍ତରୀୟ କମିଟି ପଞ୍ଚାୟତିରାଜ ବିଭାଗ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ କମିଟି ଗଠନ କରି ସରକାରୀ ଅନୁଦାନ ପାଇଲେ ସେହିପରି ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ସଂଘ ସହିତ ରାଜ୍ୟ ସରକାର ଗଠନ କରି କମଚାରୀ ସହାୟତା ଅନୁଦାନ (ଷ୍ଟାଫ ସବ୍‌ସିଡ୍‌) ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।ପ୍ରକାଶଥାଉକି, ନିକଟରେ ବିଭିନ୍ନ ଜିଲ୍ଲାର କର୍ମଚାରୀ ସଂଘ ତରଫରୁ ଉପରୋକ୍ତ ୯ଗୋଟି ଦାବି ଉପରେ ୫-ଟି ସଚିବ ମହୋଦୟଙ୍କୁ ଦାବି ପୂରଣ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ । ଏଣୁ ଏହା ଉପରେ ତ୍ୱରିତ ପଦକ୍ଷେପ ନେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା, ୫-ଟି ସଚିବ, ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ମାନ୍ୟବର ଶ୍ରମମନ୍ତ୍ରୀ ଓ ମାନ୍ୟବର ବିଧାୟକ ଯାଜପୁର ତଥା ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ନିକଟରେ ଦୃଢ ଦାବି କରାଯାଇଛି । ଏହି ରାଜ୍ୟସ୍ତରୀ ସାଧାରଣ ପରିଷଦ ବୈଠକରେ ସହ ସମ୍ପାଦକ ସନାତନ ପ୍ରଧାନ, କୋଷାଧ୍ୟକ୍ଷ ଅରୂପାନନ୍ଦ ଡାକୁଆ, ନବୀନ ଥପା, ରାକେଶ ନାୟକ, ଖଗେଶ୍ୱର ଭଏଁସାଲ, କରୁଣାକର ଜେନା, ବେଣୁଧର ମହାରଣା, ମାଗୁଣୀ ଦେହୁରୀଙ୍କ ସମେତ ବିଭିନ୍ନ ଜିଲ୍ଲା ଓ ବ୍ଲକ ସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ