ସ୍ୱାଧୀନତା ଦିବସରେ କରୋନା ଯୋଦ୍ଧl ସମ୍ବର୍ଦ୍ଧିତ
ନିମାପଡା (ସନ୍ତୋଷ ଦାଶ ): 75 ତମ ସ୍ୱାଧୀନତା ଦିବସ ଅବସରରେ ପୁରୀ ଜିଲ୍ଲା ଚାରିଛକ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l ଚାରିଛକ ମେଡିକାଲଛକ ସ୍ଥିତ ପ୍ରେସ କ୍ଲବ କାର୍ଯ୍ୟାଳୟ ଠାରେ ପୂର୍ବତନ କଲେଜ ଅଧକ୍ଷ ଡ଼ଃ.ସନ୍ତୋଷ ମିତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ସଭ୍ୟମାନେ ଜାତୀୟ ସଂଗୀତ ଗାନ କରିଥିଲେ l ଏହାପରେ ନିକଟସ୍ଥ ତୁଳସୀପୁର ଜୟଦୁର୍ଗା କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ନିମାପଡା ପୋଲିସ ଉପଖଣ୍ଡ ଅଧିକ୍ଷକ ଦେବାଶିଷ ମିଶ୍ର, ନିମାପଡା ଥାନା ଆଇ ଆଇ ସି ଶଙ୍କର୍ଷଣ ଦଳାଇ, ନିମାପଡା ଦମକଳକେନ୍ଦ୍ର ଅଧିକାରୀ ବ୍ରହ୍ମାନନ୍ଦ ମଲ୍ଲିକ,ନିମାପଡା ଉପ କାରାଗାର ର ସବଜେଲର ଅକ୍ଷୟ କୁମାର ଜେନା, ଥାନା ଏ ଏସ ଆଇ ଜୁ୍ଝlର ସିଂ, ତୁଳସୀପୁର ପଂଚାୟତ ର ସରପଞ୍ଚ ଭଗବାନ ମିଶ୍ର ପ୍ରମୁଖ ଙ୍କୁ କରୋନା ଯୋଦ୍ଧା ଭାବେ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ବୈଠକ ରେ ପ୍ରେସ କ୍ଲବ ର ଉପଦେଷ୍ଠା ଓ ସଭ୍ୟ ସଭ୍ୟାମାନେ ଯୋଗଦାନ କରିଥିଲେ l


