ସ୍ୱାଧୀନତା ଦିବସ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ସ୍ୱାଧୀନତା ଦିବସ ଆମ ଜାତୀୟ ଭାବନା ଓ ଦେଶ ପ୍ରେମର ପ୍ରତୀକ । ଏହାକୁ ଶୃଙ୍ଖଳା ଓ ସଦ୍ଭାବନାର ସହ ପାଳନ କରି ଜାତୀୟ ଚେତନାକୁ ଉଦ୍ବୁଦ୍ଧ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ, ଆହ୍ୱାନ ଦେଇଛନ୍ତି । ଯାଜପୁରରେ ୭୩ ତମ ଜିଲ୍ଳ୍ା ସ୍ତରୀୟ ସ୍ୱାଧୀନତା ଦିବସକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳ୍ାପାଳ ଶ୍ରୀ ଦାସ ଅଧ୍ୟକ୍ଷତା କରିବା ସହ ଯେଊଁ ବିଭାଗକୁ ଯେଊଁ ଦାୟିତ୍ୱ ଦିଆଯାଉଚ୍ଥି ତାହା ସଠିକ ସମୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ଯେଊଁ ଅଧିକାରୀ ସାଧାରଣ ଜନତାଙ୍କୁ ଊଲ୍ଲେଖନୀୟ ଓ ଊନ୍ନତ ସେବା ଯୋଗାଇଚ୍ଥନ୍ତି ସେମାନଙ୍କୁ ପୁରସ୍କୃତ କରାଯିବାକୁ ପ୍ରସ୍ତାବ ଦେଇଥିଲେ । ବୈଠକରେ ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତି କ୍ରମେ ନିମ୍ନ ପ୍ରସ୍ତାବ ମାନ ଗ୍ରହଣ କରାଗଲା । ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ଘ.୪.୩୦ ମି. ସମୟରେ ସୂଚନା ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୂନ ପରିବେଷଣ କରାଯିବ । ସକାଳ ଘ.୫.୩୦ ମିନିଟ୍ ଠାରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତପେଂରୀ କରାଯିବ । ସକାଳ ଘ. ୭.୩୦ ମିନିଟ୍ରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଏବଂ ନିଜସ୍ୱ ଗୃହ ମାନଙ୍କରେ ଜାତୀୟ ପତାକା ଊତୋଳନ କରାଯିବ । ଗାନ୍ଧୀ ଚ୍ଥକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ଗୌତମ ବୃଦ୍ଧ ସଂସ୍କୃତି ଭବନଠାରେ ଥିବା ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତିିରେ ସକାଳ ଘ. ୮.୫୦ ମିନିଟରୁ ମାଲ୍ୟାର୍ପଣ କରାଯିବ । ସ୍ୱାଧୀନତା ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ସକାଳ ଘ.୯.୧୫ ମିନିଟ୍ ସମୟରେ ଏନ୍.ସି. କଲେଜ ପଡିଆରେ ଜାତୀୟ ପତାକା ଊତୋଳନ କରାଯିବ । ଏହି ସମୟରେ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିବେ । ମୁଖ୍ୟ ଅତିଥି ପ୍ୟାରେଡ୍ ପରିଦର୍ଶନ, ଅଭିଭାଷଣ ପ୍ରଦାନ ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ପ୍ୟାରେଡର ଶ୍ରେଷ୍ଠ ଦଳ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିବେ । ପୁରସ୍କାର ସହ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ଚାରା ବଣ୍ଟନ କରାଯିବ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପରେ ପରେ ମୁଖ୍ୟ ଅତିଥି ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଳୟର ରୋଗୀ, ଜେଲର ଅନ୍ତେବାସୀ, କୁଷ୍ଠାଶ୍ରମ ଓ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ । ପ୍ୟାରେଡ୍ ପଡିଆକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସହ ବାରିକେଡ୍ ନିର୍ମାଣ, ପ୍ରବେଶ ପଥ ତୋରଣ ନିର୍ମାଣ, ଅତିଥି ଓ ଦର୍ଶକଙ୍କ ପାଇଁ ଚେୟାର ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗ, ଅଭ୍ୟାସ ପ୍ୟାରେଡ୍ ଓ ସ୍ୱାଧୀନତା ଦିବସ ଦିନ ଆଶୁ ଚିକିତ୍ସା ବ୍ୟବସ୍ଥା ପାଇଁ ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଧିକାରୀ, ପାନୀୟ ଜଳ ଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଓ ପ୍ୟାରେଡ୍ ସ୍ଥଳ ପରିଷ୍କାର ପରିଚ୍ଚ୍ଥନ୍ନ ପାଇଁ ପୈାର ପରିଷଦ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଗଲା । ପ୍ୟାରେଡ୍ ପରିଚାଳନା ସହ ଜାତୀୟ ପତାକାକୁ ସମ୍ମାନର ସହ ବାନ୍ଧିବା ଓ ଅବତରଣର ବ୍ୟବସ୍ଥା କରିବାକୁ ପୋଲିସ ରିଜର୍ଭ ଇନିସ୍ପେକ୍ଟରଙ୍କୁ ଦାୟିତ୍ୱ ଦିଆଗଲା । ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଓ ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅଗଷ୍ଟ ୩ ତାରିଖ ଦିବା ୧୧ ଘଟିକାରେ ଜିଲ୍ଳ୍ା ସ୍କୁଲ ଠାରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସାଂସ୍କୃତିକ ଦଳ ଚୟନ ୬ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବ । ସେହିଭଳି ସଂସ୍କୃତି ବିଭାଗ ପକ୍ଷରୁ ଓପନ୍ କ୍ୱିଜ୍ ପ୍ରତିଯୋଗିତା ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅଗଷ୍ଟ ୧୧ ତାରିଖ ଦିବା ୧୦ ଘଟିକାରେ ଅନୁଷ୍ଠିତ ହେବ । ଅଭ୍ୟାସ ପ୍ୟାରେଡ ଅଗଷ୍ଟ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ପୂର୍ବାହ୍ନ ୮ ଘଟିକା ସମୟରେ ଏନ୍.ସି. କଲେଜ ପଡିଆ ଠାରେ ଅନୁଷ୍ଠିତ ହେବ । ପ୍ୟାରେଡରେ ଷଷ୍ଠରୁ ମହା ବିଦ୍ୟାଳୟ ଚ୍ଥାତ୍ର ଚ୍ଥାତ୍ରୀ ଅଂଶ ଗ୍ରହଣ କରିବେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ, ପୋଲିସ ଆର.ଆଇ. କାହ୍ନୁ ଚରଣ ମାରାଣ୍ଡି, ଶିକ୍ଷାବିତ୍ ପ୍ରପୁଂଲ ସାମଲ, ଊଦୟ ନାରାୟଣ ପରିଡା, ବରିଷ୍ଠ ସାମ୍ୱାଦିକ ବାଇଧର ମହାପାତ୍ର, ପ୍ରଭାତ ରାଊତରାୟ, ଦିଗମ୍ୱର କର, ବୃନ୍ଦାବନ ମିଶ୍ର, ନିଶିତ ଦାସ, ବିଭିନ୍ନ ବିଭାଗର ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧି, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ବିବିଧ ପ୍ରସ୍ତାବମାନ ଦେଇଥିଲେ । ଶେଷରେ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ଧନ୍ୟବାଦ ଅପର୍ଣ କରିଥିଲେ । ଏହି ବୈଠକରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିବରଣୀ ପାଠ ଓ ନୂତନ କାର୍ଯ୍ୟସୂଚୀର ତଥ୍ୟ ପ୍ରଦାନ କରିଥିଲେ ।


