ସାରଥିଙ୍କୁ ଚାରୀ ବର୍ଷ ପରେ ସର୍ତମୁଳକ ଜାମିନ
ବାବା ଭଣ୍ଡ ସାରଥି ,ଦୀର୍ଘ ୪ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଆତ୍ମଘୋଷିତ ବାବା ସାରଥି ତଥା ସନ୍ତୋଷ ରାଉଳ । ଲକ୍ଷ ଲକ୍ଷ ଲୋକ ମାନଙ୍କ ର ୁ ଧର୍ମିୀୟ ଭାବନା ଜାଗ୍ରତ କରି ଟଙ୍କା ଠୁଳ କରିବା ,ଆଦି ବିଭିନ୍ନ ମାମଲରେ ଛନ୍ଦି ହୋଇ ଜେଲ ଯାଇଥିଲେ ସାରଥି । ଏହା ପୂର୍ବରୁ ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଥିବାବେଳେ ଆଜି ଗୋଟିଏ ମାମଲରେ ଜାମିନ୍ମି ଳିଛି । ଜାମିନ ଦେଇଛନ୍ତି ସତ କିନ୍ତୁ ସନ୍ତୋଷକୁ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ କଟକଣା ତଥା କହିବାକୁ ଗଲେ ସନ୍ତୋଷକୁ ମିଳିଛି ସର୍ତ୍ତମୁଳକ ଜାମିନ । ପ୍ରଥମ ସର୍ତ୍ତ ସେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରିବେନି । ଦ୍ୱିତୀୟ ଟି ହେଲା ସନ୍ତୋଷ ରାଉଳକୁ ନିଜର ବାରିମୂଳ ଆଶ୍ରମ ମନା ,ତୃତୀୟ ରାଜ୍ୟ ବାହାରକୁ ଯାଇପାରିବେନି ,ଚତୁର୍ଥ ସାଧାରଣ ସ୍ଥାନରେ କୈାଣସି ଧର୍ମୀୟ ଶୋଭାଯାତ୍ରା ଓ ଧର୍ମ ସଭା କରିପାରିବେନି । ଏହା ସହ ତଦନ୍ତ କାରୀ ସଂସ୍ଥାକୁ ପୂର୍ଣ୍ଣ ସମର୍ଥନ କରିବେ । ସନ୍ତୋଷ ରାଉଳଙ୍କୁ ହାଇକୋର୍ଟ ଏହି ସର୍ତ୍ତମୁଳକ ଜାମିନ ଦେଇଛନ୍ତି ।


