ସ୍ୱାଧୀନତା ସଂଗ୍ରାମୀ ପତ୍ନୀଙ୍କ ବିୟୋଗରେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ନେତା, ବୈଜ୍ଞାନିକ ତଥା ଅଭିଭକ୍ତ ଅଚଳକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଜଗନ୍ନାଥ ମାଝୀଙ୍କ ଧର୍ମପତ୍ନୀ ପଦ୍ମାବତୀ ମାଝୀଙ୍କର (୮୮) ବର୍ଷ ବୟସରେ ପରଲୋକ ଘଟିଛି । ନିଜ ବାସଭବନରେ ମାଝୀଙ୍କର ବିୟୋଗ ଘଟିଥିବାବେଳେ ସେ ଜଣେ ପରୋପକାରୀ, ମିଷ୍ଠଭାଷୀ ମହିଳା ଥିଲେ ବୋଲି ନିଜ ଶୋକବାର୍ତ୍ତାରେ ଖାଦ୍ୟ ଓ ଯୋଗାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।ମନ୍ତ୍ରୀ ସ୍ୱାଇଁ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଗତ କିଛି ଦିନ ଧରି ସେ ପକ୍ଷାଘାତରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ହଠାତ୍ ବିୟୋଗ ଦ୍ୱାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ତଥା କବି ଡ. ଶରତ ଚନ୍ଦ୍ର ମାଝୀ, ନାତି ତଥା ସାମ୍ବାଦିକ ଏସ. ରାଜୀବ ଗୋ÷ରବ, ନାତୁଣୀ ଏସ୍. ରୀତା ରାଜେଶ୍ୱରୀ, ଏସ୍. ସୁଶ୍ରୀ ସଙ୍ଗୀତା, ଏସ. ଚିନ୍ମୟ ଗୋ÷ରବ, ଅନୀଲ କୁମାର ମାଝୀ, ଅଜିତ କୁମାର ମାଝୀ ଏବଂ ଦୁଇ ବୋହୂ ଶାନ୍ତିଲତା ମାଝୀ ଓ ଶୋଭାବତୀ ମାଝୀ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ଦର୍ଶନ ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥୀ ନନ୍ଦ,  ସୁଶାନ୍ତ ସାହୁ, ପବିତ୍ର ବେହେରା, ବ୍ଲକ ଉପାଧ୍ୟକ୍ଷ ଗୋ÷ରହରି ପରିଡ଼ା, ସରପଞ୍ଚ ଗୋ÷ର ହରି ପ୍ରଧାନ, ପ୍ରଧାନଶିକ୍ଷକ ଶଶଧର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଅଚ୍ୟୁତାନନ୍ଦ ଜେନା, ସୁବାଷ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ । ମାଝୀଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ସେଠାରେ ତାଙ୍କର ପୁତ୍ର ଶରତ ଚନ୍ଦ୍ର ମାଝୀ ମୁଖାଗ୍ନୀ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଗତ ୨୦୧୬ ମସିହାରେ ଶ୍ରୀମତୀ ମାଝୀ ରାଜଭବନ ପରିସରରେ ଆୟୋଜିତ ଆର୍ଟ ହୋମ୍ ପାର୍ଟିରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରେ ଶ୍ରୀମତୀ ମାଝୀଙ୍କୁ ପୂର୍ବତନ ରାଜ୍ୟପାଳ ଡ. ଏସ୍.ସି. ଜମୀର ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ