ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ଚିତ୍ରକୋଣ୍ଡା, (ଅରୁନିମା ପୁରୋହିତ):ପୁଣି ଅଶାନ୍ତ ସ୍ବାଭିମାନ ଅଞ୍ଚଳ । ମାଲକାନଗିରି ଜିଲ୍ଲା ର ସ୍ୱାଭିମାନ ଅଞ୍ଚଳ ରେ ଦିନକୁ ଦିନ ଦାନା ବାନ୍ଧୁଛି ସରକାର ତଥା ବିଏସଏଫ ବିରୋଧି ସ୍ୱର । ସ୍ବାଭିମାନ ଅଞ୍ଚଳର ଦରଲାବେଡା ଠାରେ ଗତ ୨୪ ତାରିଖରେ କିଛି ଶ୍ରମିକ କାମ ସାରି ଫେରୁଥିବା ବେଳେ ସେମାନଙ୍କୁ ବିଏସଏଫ ର ସୁରକ୍ଷା କର୍ମୀ ମାନେ ଅଟକାଇବା ସହ ନକ୍ସଲ ଙ୍କ ସହ ସମ୍ପର୍କ ରଖିଥିବା କହି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ସମୟରେ ବିଏସଏଫ ଏହି ଶ୍ରମିକ ମାନଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେବା ସହ ଫାଙ୍କା ଗୁଳିଚଳନା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଘଟଣା କୁ କେନ୍ଦ୍ର କରି ଆଜି ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଠାରେ ଏକ ବିରାଟ ପ୍ରଜାମେଳି ହୋଇଛି । ଏହି ପ୍ରଜାମେଳି ରେ ଶତାଧିକ ଲୋକ ଯୋଗଦେଇ ବିଏସଏଫ ବିରୋଧ ରେ ସ୍ୱର ଉତ୍ତୋଳନ କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ସରକାର ସେଥିପାଇଁ ଦୃଷ୍ଟି ନଦେଇ ବିଏସଏଫ ଙ୍କ ଦ୍ଵାରା ନିରୀହ ଲୋକଙ୍କୁ ଶୋଷଣ କରୁଥିବା ଏହି ପ୍ରଜାମେଳି ରେ ଅଭିଯୋଗ ହୋଇଛି । ବିଏସଏଫ ଯଦି ଏଭଳି ଜୁଲୁମ କରିଚାଲିବ ତେବେ ଆଗାମୀ ଦିନରେ ଆଦିବାସୀ ମାନେ ମଧ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ବିଏସଏଫ କୁ ବିରୋଧ କରିବ ବୋଲି ଏହି ମେଳିରେ ଆଲୋଚନା ହୋଇଛି । ଏହାସହ ଲକ ଡାଉନ ଯୋଗୁଁ ସ୍ୱାଭିମାନ ଅଞ୍ଚଳରେ ଥିବା ବିଚ୍ଛିନ୍ନ ଅଞ୍ଚଳକୁ ଦୀର୍ଘ ୩ ମାସ ହେଲା ଲଞ୍ଚ ବନ୍ଦ ଥିବାରୁ ଲୋକେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ପ୍ରଶାସନ ଲଞ୍ଚ ବ୍ୟବସ୍ଥା କରିବା ପାଇଁ ଏହି ମେଳିରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ