ପ୍ରାକୃତିକ ବିପର୍ଯ୍ୟୟରେ ସର୍ବସ୍ବାନ୍ତ ହୋଇପଡ଼ିଥିବା ଗ୍ରାମବାସୀଙ୍କ ସାହା ହେଲେ ଗଜପତି ଏସପି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରାକୃତିକ ବିପର୍ଯ୍ୟୟରେ ସର୍ବସ୍ବାନ୍ତ ହୋଇପଡ଼ିଥିବା ଗ୍ରାମବାସୀଙ୍କ ସାହା ହେଲେ ଗଜପତି ଏସପି। ଗତ ବର୍ଷ ଠିକ୍ ଏହି ସମୟରେ ବର୍ଷା ଯୋଗୁଁ ପାହାଡ଼ ଧସି ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା ଗୁମ୍ମା ବ୍ଲକର କୁଲାଙ୍ଗ ଗ୍ରାମ। ମାଟି ଅତଡାରେ ପୋତି ହୋଇ ନଷ୍ଟ ହୋଇଥିଲା ସମସ୍ତ ଘର ଦ୍ବାର। ଘଟଣାର ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ସରକାରଙ୍କ ବିଭିନ୍ନ ସହାୟତା ସତ୍ତ୍ବେ ସ୍ଥିତିର ସମ୍ପୂର୍ଣ୍ଣ ସୁଧାର ଆସି ପାରି ନାହି ଏହି ଗ୍ରାମରେ। ପର୍ବତ ଉପରୁ ସମତଳ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପୁରଣ ହୋଇପାରିନାହିଁ। ଏହିପରି ସମୟରେ ଅସହାୟ କ୍ଷତିଗ୍ରସ୍ତ ପରିବାର ପାଇଁ ପାଦେ ଆଗକୁ ଆସି ସହାୟତାର ହାତ ବଢାଇ ବୁଝି ନେଇଛନ୍ତି ଏମାନଙ୍କ ସମସ୍ୟା। ଗ୍ରାମକୁ ଗସ୍ତ କରି ପ୍ରଦାନ କରିଛନ୍ତି ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ। ପୂର୍ବରୁ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ସିଣ୍ଡିବୁର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି, ସେମାନଙ୍କ ଆବଶ୍ୟକ ସାମଗ୍ରୀ ବଣ୍ଟନ କରିବା ସହ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏସପିଙ୍କ ଏହି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଆଜି ଆଉ ଏକ ବିପର୍ଯ୍ୟୟ ପ୍ରପୀଡିତ ଗ୍ରାମରେ ପହଞ୍ଚି ଅସହାୟ ଲୋକଙ୍କୁ ଭେଟି ଆଶ୍ଵାସନା ଦେବା ସହ ଶାଢ଼ୀ, ପୋଷାକ, କମ୍ବଳ, ସାବୁନ, ତେଲ, ମାସ୍କ, ସାନିଟାଇଜର, ବିସ୍କୁଟ ଆଦି ପ୍ରଦାନ କରିଛନ୍ତି। ୩୦ରୁ ଅଧିକ ପରିବାରର ଶତାଧିକ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ନେଇ ସହଯୋଗ କାମନା କରିଥିଲେ। ବିଭିନ୍ନ ସମୟରେ କିଛି ନୁଆ କରି ଦେଖାଇବାର ଇଚ୍ଛା ଯୋଗୁଁ ଚର୍ଚ୍ଚାରେ ରହି ଆସୁଛନ୍ତି ଏହି ମହିୟସୀ ମହିଳା ଆଇପିଏସ୍ ଅଫିସର ସାରା ଶର୍ମା, ଗଜପତି ଏସପି ଭାବେ ଦାୟିତ୍ଵ ନେବା ପରଠାରୁ ବହୁ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରି ଜିଲ୍ଲାବାସୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିନେଇଛନ୍ତି ଏହି ହୃଦୟବାନ ମହିଳା ଜଣକ। ନିଜର ପ୍ରଶାସନିକ ସେବାକୁ ସୁରୁଖୁରୁରେ ସମ୍ପାଦନ କରିବା ସହ ପାଦେ ଆଗକୁ ଆସି ଲୋକଙ୍କ ପାଖରେ ପହଞ୍ଚି ଥାନ୍ତି ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ