ସ୍ୱାମୀଙ୍କ ଚିତାଭସ୍ମକୁ ଖାଉଛନ୍ତି ମହିଳା

ଅନେକ ସମୟରେ ପରିବାରରେ ହଠାତ୍ କାହାର ବିୟୋଗ ସମସ୍ତଙ୍କ ମନକୁ ଭାଙ୍ଗିଦେଇଥାଏ । କିନ୍ତୁ ଆମେରିକାରେ କେସି ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଦୁଃଖିତ ହୋଇ ତାଙ୍କ ଅସ୍ଥି ପାଉଁଶକୁ ଦୀର୍ଘ ୬ ବର୍ଷ ହେଲା ଖାଇଆସୁଛନ୍ତି । ଏ ବିଷୟରେ ମହିଳାଙ୍କ ଜଣଙ୍କ ନିଜେ ରିଆଲିଟି ସୋ’ ମାଇଁ ଷ୍ଟ୍ରେଞ୍ଜ୍ ଆଡିକ୍ସନ୍ ମାଧ୍ୟମରେ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ୬ ବର୍ଷ ପୂର୍ବେ କେସିଙ୍କ ସ୍ୱାମୀ ଶାନ୍ଙ୍କର ଶ୍ୱାସ ସମସ୍ୟା ହେତୁ ହଠାତ୍ ମୃତ୍ୟୁ ହୋଇଥିଲା । କେସି ତାଙ୍କ ସ୍ୱାମୀଙ୍କୁ ଏତେ ଭଲପାଉଥିଲେ ଯେ, ସେ ତାଙ୍କର ସଂସ୍କାର ପରେ ପାଉଁଶକୁ ଘରକୁ ନେଇଆସିଥିଲେ । ସେ ତାହାକୁ ଏକ ବାକ୍ସ ମଧ୍ୟରେ ରଖିବାକୁ ଯାଉଥିବା ସମୟରେ କିଛି ପାଉଁଶ ତଳେ ପଡ଼ିଯାଇଥିଲା । ଯାହାକୁ ସେ ଫୋପାଡ଼ିବାକୁ ଚାହୁଁନଥିଲେ । ଏଣୁ ସେ ତାହାକୁ ଚାଟିଚାଟି ଖାଇଦେଇଥିଲେ । ଏହି ଘଟଣା ପରେ ସ୍ୱାମୀଙ୍କ ପାଉଁଶ ଖାଇବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଏବେ ସେ ଚାହିଁ ମଧ୍ୟ ସେ ନିଜର ଏହି ଅଭ୍ୟାସକୁ ପରିବର୍ତ୍ତନ କରିପାରୁନାହାନ୍ତି । କେବଳ ଏତିକି ନୁହେଁ, କେସି ତାଙ୍କ ସ୍ୱାମୀଙ୍କ ପାଉଁଶକୁ ନେଇ ସବୁଆଡ଼େ ବୁଲିବାକୁ ଯାଇଥାଆନ୍ତି । ଫିଲ୍ମ ଦେଖିବା ଏବଂ ନିତ୍ୟ ବ୍ୟବହାର ଜିନିଷ କିଣିବାକୁ ଗଲାବେଳେ ସେ ତାଙ୍କ ସ୍ୱାମୀଙ୍କ ପାଉଁଶ ତଥା ଚିତାଭସ୍ମକୁ ସାଙ୍ଗରେ ନେବା ଲାଗି ବିଲ୍କୁଲ୍ ଭୁଲନ୍ତିନାହିଁ । ସେ ସବୁବେଳେ ନିଜ ସ୍ୱାମୀଙ୍କ ପାଉଁଶକୁ ପାଖରେ ରଖିବା ଲାଗି ପସନ୍ଦ କରନ୍ତି । ତାଙ୍କର ଏହି ଅଭ୍ୟାସ ପାଇଁ ତାଙ୍କ ସାଙ୍ଗସାଥୀ ଏବଂ ପରିବାର ସଦସ୍ୟ ବହୁଳ ଭାବେ ଚିନ୍ତିତ ରହିଛନ୍ତି । ମାତ୍ର କେସିଙ୍କୁ ଏହା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ବୋଲି କହିଛନ୍ତି । ଅନେକ ଲୋକ ତାଙ୍କ ଉପରେ ହସିବା ସହ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏପରି କରୁଥିବା କହିଛନ୍ତି । କିନ୍ତୁ ସ୍ୱାମୀଙ୍କ ପ୍ରତି ତାଙ୍କର ପ୍ରଗାଢ଼ ପ୍ରେମକୁ କେହି ବୁଝିବା ଲାଗି ଚେଷ୍ଟାକରନ୍ତିନି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ