ସ୍ୱାମୀଙ୍କ ପୋଷାକ ଶୁଙ୍ଘିଲେ ଦୂର ହେବ ଚିନ୍ତା
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମହିଳାମାନେ ଚିନ୍ତାରେ ରହିବା ଏକ ସାଧାରଣ କଥା । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ସମ୍ମୁଖକୁ ଆସିଛି । ସ୍ୱାମୀ ତଥା ପ୍ରେମିକଙ୍କ ପୋଷାକ ଶୁଙ୍ଘିବା ଦ୍ୱାରା ମହିଳାମାନେ ଚିନ୍ତାମୁକ୍ତ ହୋଇପାରିବେ । ଏକ ଗବେଷଣାରୁ ଏହା ଜଣାପଡ଼ିଛି । ସ୍ୱାମୀ ବା ପ୍ରେମିକଙ୍କ ପୋଷାକ ଶୁଙ୍ଘିବା ଦ୍ୱାରା ମହିଳାମାନେ ଚିନ୍ତାମୁକ୍ତ ହେବା ସହ ଆରାମ ଅନୁଭବ କରିଥାଆନ୍ତି । କାନାଡ଼ାର ୟୁନିଭର୍ସିଟି ଅଫ୍ ବ୍ରିଟିଶ୍ କଲମ୍ବିଆରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷଣାର ମୁଖ୍ୟ ମାର୍ଲିସ ହାଫର କହିଛନ୍ତି, ଚିନ୍ତା ମୁକ୍ତ ପାଇଁ ସାଥୀଙ୍କ ସୁଗନ୍ଧ ଏକ ବିଶେଷ ଉପକରଣ, ବିଶେଷକରି ଯେତେବେଳେ ସାଥୀ ପାଖରେ ନ ଥାଆନ୍ତି । ମାତ୍ର ଅଜଣା ବ୍ୟକ୍ତିଙ୍କ ଗନ୍ଧ ମହିଳାଙ୍କ ଉପରେ ଓଲଟା ପ୍ରଭାବ ପକାଇଥାଏ । ଅଜଣା ବ୍ୟକ୍ତିଙ୍କ ଗନ୍ଧ ଶୁଙ୍ଘିବା ମାତ୍ରେ ମହିଳାଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରୁଥିବା ହର୍ମୋନ୍ ବୃଦ୍ଧି ପାଇଥାଏ ଏବଂ ସେ ଅଧିକ ଚିନ୍ତାରେ ପଡ଼ିଥାଆନ୍ତି ।