ଦାଢ଼ି ଥିବା ପୁଅଙ୍କଠାରୁ ଅଧିକ ସଫା କୁକୁର

ଅଧିକାଂଶ ପୁଅଙ୍କୁ ଦାଢ଼ି ରଖିବାକୁ ଭଲ ଲାଗେ । ଆଜିକାଲି ଏହା ଏକ ଫ୍ୟାଶନ୍ ଟ୍ରେଣ୍ଡ ପାଲଟିଲାଣି ବୋଲି କହିଲେ ଭୁଲ ହେବ ନାହିଁ । ପୂର୍ବରୁ ଚୁଟି ଲାଗି ଅନେକ ସୌନ୍ଦର୍ଯ୍ୟ ଉତ୍ପାଦ ବଜାରରେ ମିଳୁଥିବାବେଳେ ଏବେ ଦାଢ଼ି ପାଇଁ ବି ଅନୁରୂପ ଭାବେ ତାହା ଉପଲବ୍ଧ ହେଉଛି । ତେବେ କ’ଣ ଆପଣ ଜାଣନ୍ତି ପୁଅମାନଙ୍କର ଦାଢ଼ି କୀଟାଣୁ ଓ ଜୀବାଣୁଙ୍କ ଗନ୍ତାଘର ।
ସ୍ୱିଜରଲ୍ୟାଣ୍ଡର ଜୁରଚ୍ ସହରର ହିର୍ସ୍ଲାଡେନ୍ କ୍ଲିନିକ୍ରେ ଏ ନେଇ ଏକ ପରୀକ୍ଷା କରାଯାଇଥିଲା । ୧୮ରୁ ୭୮ ବର୍ଷ ବୟସର ପୁରୁଷଙ୍କ ଦାଢ଼ି ସହ ୩୦ଟି କୁକୁରର ବେକରେ ଥିବା ଲୋମକୁ ପରୀକ୍ଷା କରିଥିଲେ ଏଡ୍ରିଜ୍ ଗୁଡଜେଟ୍ । ପରୀକ୍ଷା ପରେ ୭ ଜଣ ପୁରୁଷଙ୍କ ଦାଢ଼ିରେ କ୍ଷତିକାରକ ଜୀବାଣୁ ମିଳିଥିଲା, ଯାହାକି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ସେହିଭଳି ଉକ୍ତ ସାମ୍ପୁଲ୍ଗୁଡ଼ିକୁ କୁକୁରଙ୍କ କେଶ ସହ ତୁଳନା କରାଯିବା ପରେ ସେଥିରେ ଅଧିକ ଜୀବାଣୁ ଥିବା ଜଣାପଡ଼ିଥିଲା । ଶେଷରେ ଦାଢ଼ି ଥିବା ପୁରୁଷଙ୍କଠାରୁ କୁକୁର ଅଧିକ ସ୍ୱଚ୍ଛ ଓ ସଫା ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ