ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ
ବଲାଙ୍ଗିର ,(ଯୁଗାବ୍ଦ ନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟିଛି । ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀର ପନିକି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୈାଣସି ଘଟଣାକୁ କେନ୍ଦ୍ରକରି ବଚସା ଆରମ୍ଭ ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ନିଜର ନିୟନ୍ତ୍ରଣ ହରାଇ ସ୍ତ୍ରୀକୁ ଅତିନିର୍ମମ ଭାବେ ପନିକିରେ ଆକ୍ରମଣ କରିଥିଲା ।ଆକ୍ରମଣରେ ସ୍ତ୍ରୀ ରିନା ସାହୁ(୩୬)ଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ଶବବ୍ୟେବଚ୍ଛେଦ ନିମନ୍ତେ ପଠାଇବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚାରାଉଚାରା କରୁଛି ।