ଖାଦ୍ୟନଳୀ କାଟିଦେବାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନୈକ ମହିଳାଙ୍କର ଅସ୍ର୍ତ୍ରୋପ୍ରଚାର କରାଯାଇ ଏକ ଶିଶୁକନ୍ୟା ଜନ୍ମ ହେବା ସମୟରେ ଡାକ୍ତରଙ୍କ ଦ୍ୱାରା ସଂପୃକ୍ତ ମହିଳାଙ୍କର ଖାଦ୍ୟନଳୀ କଟିଯିବା କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ମନେରାଜ ସାହୁଙ୍କ ପତ୍ନୀ ମଧୁସ୍ମିତା ସାହୁ(୨୮)ଙ୍କର ଗର୍ଭଜନ୍ତ୍ରଣା ହେବାରୁ ପରିବାର ପକ୍ଷରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗତମାସ ୨୨ତାରିଖରେ ମଧୁସ୍ମିତାଙ୍କୁ ଅପରେସନ କରାଯିବା ସହ ଏକ ଶିଶୁକନ୍ୟାକୁ ଜନ୍ମଦେଇଥିଲେ ସେ । ସେହି ଅପରେସନ ସମୟରେ ଡାକ୍ତର ମିହିର ପାଢୀ ମଧୁସ୍ମିତାଙ୍କ ଖାଦ୍ୟନଳୀକୁ କାଟିଦେଇଥିବା ଯୋଗୁ ମଧୁସ୍ମିତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଶଶୁର ଧରଣୀଧର ସାହୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅପରେସନର ପ୍ରାୟ ୧୧ଦିନ ପର୍ଯ୍ୟନ୍ତ ମଧୁସ୍ମିତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲେ । ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯିବା ପରେ ପରିବାର ପକ୍ଷରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା । ଆଜି ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ଶଶୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ କଟକରେ ଶବ ବ୍ୟବଛେଦ ହୋଇନଥିବା ଜାଣି ତାଙ୍କ ବୋହୁର ଶବ ବ୍ୟବଛେଦ କରାଇବାକୁ ପରାମର୍ଶ ଦେଇଥିଲେ ମଧ୍ୟ ପରିବାର ପକ୍ଷରୁ ଶବ ବ୍ୟବଛେଦ ନକରାଇ ଶବକୁ ପୋଡିଦେଇଥିବା ଆଇ.ଆଇ.ସି.ଶ୍ରୀ ସାମନ୍ତରାୟ ସୂଚନା ଦେଇଛନ୍ତି । ଏସ.ଆଇ.ପ୍ରଜ୍ଞାଶ୍ରୀ ନାୟକଙ୍କୁ ମଧ୍ୟ ଥାନା ପକ୍ଷରୁ ମୃତକଙ୍କ ଘରକୁ ଓ ପରେ ଶ୍ମସାନକୁ ପଠାଯାଇଥିଲେ ମଧ୍ୟ ସେତେବେଳକୁ ମଧୁଶ୍ମିତାଙ୍କ ଶବକୁ ପରିବାର ଲୋକେ ପୋଡିଦେଇଥିବା ଏସ.ଆଇ.ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଟାଉନ ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ