ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ କୋଭିଡ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ପାଲୁର ଜଙ୍କସନ ଛକ ନିକଟସ୍ଥ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କୋଭିଡ଼ ସଚେତନତା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଏମ କେସିଜି ମେଡିକାଲ କଲେଜର ଶିଶୁ ସର୍ଜରି ବିଭାଗର ଆସୋସିଏଟ ପ୍ରଫେସର ତଥା ଏଚ.ଓ.ଡ଼ି ଡ଼ା.ମାନସ ରଞ୍ଜନ ଦାସ ଉପସ୍ଥିତ ରହି ବର୍ତ୍ତମାନର କୋଭିଡ଼ ପରିସ୍ଥିତି ଉପରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ । ବିଦ୍ୟାଳୟର କିପରି ଭାବେ ନିୟମ ପ୍ରଣୟନ କରିବା ଆବଶ୍ୟକତା ତଥା ବିଦ୍ୟାଳୟର ବାହାରେ ଏବଂ ପରିବାରରେ ପିତାମାତା କେଉଁ କେଉଁ ନିୟମ ପାଳନ କରିବେ ସେହି ବିଷୟରେ ଆଲୋକ-ପାତ କରିଥିଲେ । ଶେଷରେ ସମସ୍ତ ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି ପୂର୍ଣଚନ୍ଦ୍ର ପଣ୍ଡା ଓ ସମ୍ପାଦକ ରଞ୍ଜନ କୁମାର ନାହାକଙ୍କ ଦ୍ୱାରା ପରିଚାଳନା କରାଯିବା ସହ ପ୍ରଧାନ ଶିକ୍ଷକ ଶ୍ରୀ ପଦ୍ମ ଚରଣ ପ୍ରଧାନ ଏହିପରି ଏକ କାର୍ଯ୍ୟକ୍ରମ ସୁଚାରରୂପେ ପରିଚାଳନା କରାଯାଇଥିବାରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭିଭାବକ ଏବଂ ମୁଖ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।