ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ପଚିଶିତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ପଚିଶିତମ ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ମୁଖ୍ୟ ବକ୍ତା ଭାବେ,ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର ବିଷୋୟୀ,ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ଗଣମାଧ୍ୟମ ପ୍ରତିନିଧି ପଞ୍ଚାନନ ସାହୁ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଜଗନ୍ନାଥ ନାୟକ, ଯୁବ କବି ଶିଶିର କୁମାର ସ୍ଵାଇଁ, ପୂର୍ବତନ ଗ୍ରାମ୍ୟ ସଭାପତି ନିତ୍ୟାନନ୍ଦ ବିଷୋୟୀ, ପୂର୍ବତନ ସରପଞ୍ଚ ପ୍ରତିନିଧି ପ୍ରକାଶ ଚନ୍ଦ୍ର ବିଷୋୟୀ,ସମାଜସେବୀ ରଙ୍କନିଧି ବିଷୋୟୀ, ପଦ୍ମ ବିଷୋୟୀ, ଦିବାକର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ତତ୍ତ୍ୱାବଧାନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଛାତ୍ରୀ ସୋନାଲି ଜେନା ଏବଂ ଛାତ୍ର ବିଶ୍ଵଜିତ ବିଷୋୟୀ ଚଳିତ ବର୍ଷର ଚାମ୍ପିୟନ୍ ଭାବେ ପୁରସ୍କୃତ ହୋଇଥିଲେ I ଗୁରୁମା ସୁଭାସିନୀ,ଆଶିଷଙ୍କ ନିର୍ଦ୍ଦେଶନା ତଥା ଗୁରୁଜୀ ମିଥୁନ୍ ନାଇକଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଗୁରୁଜୀ ପବିତ୍ର ମୋହନ ବିଷୋୟୀ ଏବଂ ଗଣେଶ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I


