ସ୍ୱାମୀ ଶିବାନନ୍ଦ ଆଶ୍ରମରେ ଆଦର୍ଶ ବିବାହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତତ୍ୱାବଧାନରେ ନିଆଳୀ ମେରିବଟ ମହାପୁରୁଷଙ୍କ ନିକଟରେ ଥିବା ଶିବାନନ୍ଦ ଆଶ୍ରମରେ ଏକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ଜଅଁପଡା ଗ୍ରାମର ଯଦୁନାଥ ଦାସଙ୍କ ଝିଅ ସ୍ୱାଗତିକାଙ୍କ ସହିତ ସେହି ଗ୍ରାମର ତ୍ରିଲୋଚନ ଦାସଙ୍କ ପୁଅ ପ୍ରଶାନ୍ତର ହିନ୍ଦୁ ରୀତିନୀତି ଅନୁଯାଇ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି । ବିନା ବାଜା,ବାଣ ଓ ରୋଷଣୀରେ ଆଶ୍ରମ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଭୟ ପରିବାର ପରିଜନଙ୍କ ଉପସ୍ଥିତିରେ ଗୀତା, ଶିବାନନ୍ଦ ଭଜନ ଗଙ୍ଗା ଓ ହନୁମାନ ଚାଳିଷା ପ୍ରଭୃତି ପାଠ କରାଯିବା ସହିତ ଆହେନୀଳ ସଇଳ ସଂଗୀତରେ ନୃତ୍ୟ ପରିବେଷଣ ପୂର୍ବକ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ବିନା କୈାଣସି ପଶୁ ହତ୍ୟା ଓ ବିନା ପିଆଜ ରସୁଣରେ ପ୍ରସ୍ତୁତ ପ୍ରସାଦ ସମସ୍ତଙ୍କୁ ପରିବେଷଣ କରାଯାଇଥିଲା । ଶ୍ରୀମାଙ୍କ ପରାମର୍ଶ କ୍ରମେ ଉଭୟ ଦମ୍ପତ୍ତିଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯିବା ପରେ ବୈଦିକ ରୀତିନୀତିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମନ୍ତ୍ର ଉଚାରଣ ପୂର୍ବକ ଏହି ଆଦର୍ଶ ବିବାହ ସମ୍ପନ୍ନ ହୋଇଥିଲା । ଏହି ଶୁଭ କାର୍ଯ୍ୟରେ ଭାଗବତ ସାମଲ, ଭୋବନୀ ଦାସ, ବାଇନ ଜେନା, ଅଜୁ ଦାସ, ଦୈତାରୀ, ସଚ୍ଚିକାନ୍ତ ଜେନା, ବିପିନ ସାମଲ, ହରି ଦାସ, ଜଗୁ ଦାସ, ନିଧି ଜେନା, କୁଳମଣୀ ଜେନା, ଶିଶିର ଜେନା ପ୍ରମୁଖ ଯୋଗଦେଇ ଉଭୟ ବରକନ୍ୟାଙ୍କୁ ଆଶ୍ରିର୍ବାଦ ପ୍ରଦାନ ସହ ସମସ୍ତ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ