ସ୍ୱାମୀ ସାଜିଲା ସଇତାନ

ପାଟଣା : (ଯୁଗାବ୍ଦ ନ୍ୟୁଜ୍ ): ପାଟଣା ଥାନା ଅନ୍ତର୍ଗତ ଗାଲଫୁଲା ଗ୍ରାମରେ ପାରିବାରିକ କଳହରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ରାତିରେ ରୋଷେଇ ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ବିରମୁଣ୍ଡା ନିଜ ସ୍ତ୍ରୀ ବେଲମୁଣ୍ଡାକୁ ପିଟି ପିଟିହତ୍ୟା କରିଥିବା ଜଣାପଡିଛି ।ଘଟଣା ସ୍ଥଳରେ ହିୃଁ ବେଲ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ମୃତଦେହକୁ ଶବବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଥିବା ବେଳେ ସ୍ୱାମୀଙ୍କୁ ଥାନାରେ ଆଣି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ