ନିଖିଳ ଓଡିଶା ବିଶ୍ୱବିଦ୍ୟାଳୟର କର୍ମଚାରୀ ମହାସଂଘର ଅଧିବେଶନ
ବ୍ରହ୍ମପୁର, (ମନୋଜ କୁମାର ସାହୁ) : ନିଖିଳ ବିଶ୍ୱ ବିଦ୍ୟାଳୟ କର୍ମଚାରୀ ମହାସଂଘ ତରଫରୁ ଶୁକ୍ରବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ୱାଗତ ସମ୍ଭର୍ଦ୍ଧନା କକ୍ଷରେ ବାର୍ଷିକ ସାଧାରଣ ଅଧିବେସନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଓ କୁଳପତି ସଚିବ ଅତିଥି ରୁପେ ଯୋଗ ଦେଇଥିବା ବେଳେ ସଂଘର ବହୁ କର୍ମଚାରୀ ମଞ୍ଚାସୀନ ଥିଲେ । ଏହି ଅଧିବେସନରେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରାଯାଇ ସମାଧାନର ପନ୍ଥା ଆଲୋଚନା ମାଧ୍ୟମରେ ହୋଇଥିଲା ।


