ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନର୍ସିଂ କର୍ମ·ରୀ ସଂଘର ବୈଠକ

ଭୁବନେଶ୍ୱର, (  ଯୁଗାବ୍ଦ ନ୍ୟୁଜ୍) : ଶୁକ୍ରବାର ଅପରାହ୍ନ ୪.୪୫ ମିନିଟ୍ ସମୟରେ ଲୋକସେବା ଭବନସ୍ଥିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ୩ ଦଫା ପ୍ରମୁଖ ଦାବି ନେଇ ଦୀର୍ଘଦିନ ଧରି ଅସ୍ଥାୟୀ କର୍ମ·ରୀ ଭାବେ କାମ କରୁଥିବା ସେବିକାମାନଙ୍କୁ ନିୟମିତ କରିବା, ମୂଳ ଦରମା ସଂଶୋଧନ, ସଠିକ ସମୟରେ ପଦୋନ୍ନତି ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକୋଟୀର ବୈଠକ ଆଲୋଚନା ହୋଇଥିଲା । ଏହା ଉପରେ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ସଚିବ ଡଃ ପ୍ରମୋଦ ମେହେର୍ଦ୍ଦା, ଅତିରିକ୍ତ ସଚିବ ଗୋହାପୁନମ ତାପସ କୁମାରଙ୍କୁ ମୂଳ ଦରମା ସଂଶୋଧନ ପାଇଁ ଆନୋମଲି କମିଟି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ନର୍ସିଂ କର୍ମ·ରୀ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବାସ ସିଂ, ସାଧାରଣ ସମ୍ପାଦକା ଶ୍ରୀମତୀ ପ୍ରଭାତୀ ମହାନ୍ତି, ମାଳତୀ ତ୍ରିପାଠୀ (ଓଭର ସାଇଟ୍ କମିଟି ମେମ୍ବର), କାର୍ଯ୍ୟକାରିଣୀ ସଦସ୍ୟା ସୁମତି ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ