ଦେଶବ୍ୟାପୀ ସମ୍ପ୍ରସାରିତ ହେବ ରୋଟାଭାଇରସ ଟିକାକରଣ :କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

(ଯୁଗାବ୍ଦ ନ୍ୟୁଜ), ଆସନ୍ତା ସେପ୍ଟେମ୍ବର ମାସସୁଦ୍ଧା ଦେଶର ସମସ୍ତ ୩୬ ଟିରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରତ୍ୟେକ ଶିଶୁଙ୍କୁ ରୋଟାଭାଇରସ ଟିକା ଯୋଗାଇ ଦିଆଯିବ । ନବନିର୍ବାଚିତ ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ମହତ୍ୱକାଂକ୍ଷୀ ଯୋଜନା କରାଯାଇଛି । ସାରା ଦେଶରେ ରୋଟାଭାଇରାସ ଟିକାକରଣ ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ରସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ୨୦୨୨ ସୁଦ୍ଧା ଡାଇରିଆ କାରଣରୁ ଶିଶୁ ରୁଗଣ ହେବା ଏବଂ ମୃତ୍ୟୁବରଣ କରିବା ହାର କମାଇବା ଲାଗି ସରକାର ସଂକଳ୍ପବଦ୍ଧ । ଶିଶୁଙ୍କ ନିୟମିତ ଟିକାକରଣ ବ୍ୟବସ୍ଥା ସୁଦୃଢ଼ କରିବା ଶିଶୁଙ୍କ ପାଇଁ ଏବଂ ଜରୁରୀ ନିବେଶ । ଏହାଦ୍ୱାରା ଦେଶର ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ । ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ଦେଶରେ ଡାଇରିଆ କାରଣରୁ ସର୍ବାଧିକ ଶିଶୁ ମୃତ୍ୟୁ ଘଟୁଛି ।ସାଧାରଣତଃ ରୋଟାଭାଇରସ କାରଣରୁ ହିଁ ଦୁଇବର୍ଷରୁ କମ ବୟସର ଶିଶୁଙ୍କ ଠାରେ ଡାଇରିଆ ଦେଖା ଦେଇଥାଏ । ସେ କହିଥିଲେ ଯେ ପରିଚ୍ଛନ୍ନତା, ହାତ ଧୋଇବାର ଅଭ୍ୟାସ, ଓଆରଏସ ପାନୀୟ ଏବଂ ଜିଙ୍କ ସହିତ ରୋଟାଭାଇରସ ଟିକା ଜରିଆରେ ଡାଇରିଆରୁ ହେଉଥିବା ଶିଶୁ ମୃତ୍ୟୁ ଏବଂ ରୁଗଣତାକୁ କମ କରାଯାଇପାରିବ । ପ୍ରତ୍ୟେକ ଶିଶୁଙ୍କୁ ଟିକା ଦେବା ଏବଂ ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ଲାଗିସରକାର ଦୃଢ଼ ସଂକଳ୍ପବଦ୍ଧ ବୋଲି ସେକହିଥିଲେ । ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ଟିକାଦ୍ୱାରା ନିରାକରଣ-ଯୋଗ୍ୟ ରୋଗରେ ଦେଶର ଜଣେ ହେଲେ ଶିଶୁର ଯେପରି ମୃତ୍ୟୁ ନହୁଏ ତାହାହିଁ ଆମ ସରକାରଙ୍କ ଲକ୍ଷ୍ୟ ଏବଂ ସଂକଳ୍ପ । ସେକହିଥିଲେ ଯେ ଆମେ ଶିଶୁ ମୃତ୍ୟୁ ହ୍ରାସ ଏବଂ ଉନ୍ନତ ସ୍ୱାସ୍ଥ୍ୟ ପ୍ରଦାନ କରିବା ଲାଗି ଦୃଢ଼ପ୍ରତିଜ୍ଞ ।ୟୁଆଇପି ଜରିଆରେ ରୋଟାଭାଇରସ ଟିକାର ବିସ୍ତାର କରିବା ଏ ଦିଗରେ ଏକ ପଦକ୍ଷେପ ବୋଲି ସେକହିଥିଲେ । ଭାରତରେ ବାର୍ଷିକ ପ୍ରତି ୧ ହଜାରଶିଶୁଙ୍କମଧ୍ୟରୁ ୩୭ ଜଣ ନିଜର ପଂଚମଜନ୍ମ ଦିନ ଦେଖିବା ପୂର୍ବରୁ ଆଖିବୁଜି ଦେଇଥାନ୍ତି । ଡାଇରିଆ ଜନିତ ମୃତ୍ୟୁଏହାର ପ୍ରମୁଖ କାରଣ ।ଡାଇରିଆର ସମସ୍ତ କାରଣ ମଧ୍ୟରୁ ରୋଟାଭାଇରସ ପ୍ରମୁଖ ଏବଂ ଏହା ୫ ବର୍ଷରୁ କମ ବୟସର ଶିଶୁଙ୍କଠାରେ ଅଧିକ ସଂକ୍ରମିତ ହୋଇଥାଏ । ଏକ ଆକଳନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ରୋଟାଭାଇରସ କାରଣରୁ ଡାକ୍ତରଖାନାରେ ୮ ଲକ୍ଷ ୭୨ହଜାର ଜଣ ବ୍ୟକ୍ତି ଭର୍ତି ହୋଇଥାନ୍ତି । ସେହିପରି ୩୨ ଲକ୍ଷ ୭୦ ହଜାର ଜଣ ବର୍ହି ଚିକିତ୍ସା ଗ୍ରହଣ କରିଥାନ୍ତି । ଏହି ଜୀବାଣୁ କାରଣରୁ ବର୍ଷକୁ ୭୮ ହଜାର ଜଣଙ୍କର ମୃତ୍ୟୁ ହୋଇଥାଏ ।
ଦେଶରେ ୨୦୧୬ ଠାରୁ ପର୍ଯ୍ୟାୟ କ୍ରମେ ରୋଟାଭାଇରସ ଟିକାକରଣ ଆରମ୍ଭ କରାଯାଇଥିଲା । ପ୍ରଥମେ ଏହା ୪ଟି ରାଜ୍ୟରେ ଓ ପରେ ୨୦୧୮ ଶେଷସୁଦ୍ଧା ୭ଟି ଅତିରିକ୍ତ ରାଜ୍ୟକୁ ମିଶାଇ ୧୧ଟି ରାଜ୍ୟକୁ ସମ୍ପ୍ରସାରିତ କରାଯାଇଥିଲା । ବର୍ତମାନ ସୁଦ୍ଧା ଅଧିକ ୧୭ଟି ରାଜ୍ୟରେ ଏହି ଟିକାକରଣକୁସ ମ୍ପ୍ରସାରିତ କରାଯାଇଛି । ବର୍ତମାନ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ- ଆନ୍ଧ୍ରପ୍ରଦେଶ, ହରିୟାଣା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ଆସାମ, ତ୍ରିପୁରା, ରାଜସ୍ଥାନ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଉତର ପ୍ରଦେଶ, ମଣିପୁର, ଡାମନ ଓ ଡିଉ, ଗୁଜରାଟ, ବିହାର, ସିକିମ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଦାଦ୍ରା ନଗର ହାବେଳୀ, ଗୋଆ, ଚଣ୍ଡିଗଡ଼, ନାଗାଲ୍ୟାଣ୍ଡ, ଦିଲ୍ଲୀ, ମିଜୋରାମ, ପଞ୍ଜାବ, ଉତରାଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପ । ତେବେ ଆସନ୍ତା ସେପ୍ଟେମ୍ବର, ୨୦୧୯ ସୁଦ୍ଧା ଏହି ଟିକା ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ