ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
କୁଚିଣ୍ଡା (ଯୁଗାବ୍ଦ ନ୍ୟୁଜ )କୁଚିଣ୍ଡା ସରକାରୀ ଡାକ୍ତର ଖାନା ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଏକମାତ୍ର ଭରସା । ଏପରି କି ଉପଖଣ୍ଡ ବାହ୍ୟ ଅଞ୍ଚଳ ତଥା ଲଇଡା, କୁଲାବିରା, ଲିକେରା, ବଣେଇ ଉପଖଣ୍ଡ ର ଗୁରୁଣ୍ଡିଆ ପର୍ଯ୍ୟନ୍ତ ଓ ଦେବଗଡ଼ ଜିଲ୍ଲା ର ଲାଇମୁରା ଅଞ୍ଚଳର ଗରିବ ଆଦିବାସୀ ମାନେ ବିଶେଷ ଭାବରେ ଏହି ଡାକ୍ତର ଖାନା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହି ଡାକ୍ତର ଖାନା ଆଦିବାସୀ ବହୁଳ ଏକମାତ୍ର ଡ଼ାକ୍ତର ଖାନା ହୋଇଥିଲେ ମଧ୍ୟ ଡାକ୍ତର ଅଭାବ ରହିଛି । ବର୍ତ୍ତମାନ ଏହି ଡ଼ାକ୍ତର ଖାନରେ ୧୮ଜଣ ଡାକ୍ତର ଙ୍କ ପ୍ରାବଧାନ ରହିଥିବା ବେଳେ ଏସ ଡି ଏମ ଓ ଙ୍କୁ ମିଶାଇ ମାତ୍ର ୫ ଜଣ ଡାକ୍ତର ରହି ଛନ୍ତି । ଯାହାଫଳ ରେ ୱାର୍ଡ ରେ ଭର୍ତ୍ତି ଥିବା ରୋଗୀ ଙ୍କୁ ଦେଖିବା ରେ ଅବହେଳା ହେଉଛି । ବିଦ୍ଧିବଧ ଭାବରେ ଉପସ୍ଥିତ ଡାକ୍ତର ୱାର୍ଡ ପରିଦର୍ଶନ କରି ପାରୁନାହାନ୍ତି । ଯାହା ଫଳରେ ରୋଗୀ ଉଚିତ ଚିକିତ୍ସକ୍ଷ ରୁ ବଞ୍ଚିତ ହୋଇ ଅଭାବନୀୟ ଅସୁବିଧା ରେ ପଡି ଅତୀତରେ ଅକାରଣ ରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏପରି ପରିସ୍ଥିତି ରେ ଅଧିକାଂଶ ରୋଗୀ ଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ବୁର୍ଲା କୁ ପରାମର୍ଶ ଦିଆଯାଉଛି । ଯାହାକି ଗରିବ ଶ୍ରେଣୀ ଜନସାଧାରଣ ଙ୍କୁ ବାଧକ ସାଜିଛି । ସେହିଭଳି ଡାକ୍ତର ଖାନା ରେ ଭିଭିର୍ନ ଯନ୍ତ୍ର କୁ କାର୍ଯ୍ୟକ୍ଷମ କରାଯିବ କୁ ନେଇ ଗତକାଲି କୁଚିଣ୍ଡା ବିଜେପି ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଉପଜିଲ୍ଲାପାଳ -ବିଶ୍ୱରଞ୍ଜନ ନାୟକ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଅହିଂସା ଓ ଗଣତାନ୍ତ୍ରିକ ଭାବେ କୁଚିଣ୍ଡା ଡାକ୍ତର ଖାନା ସମ୍ମୁଖ ରେ ପ୍ରତିବାଦ ଜଣାଇବୁ ବୋଲି ଚେତାବନୀ ଦେଇଛନ୍ତି ।