ସ୍ୱାସ୍ଥ୍ୟ ବିଭାଗର ପ୍ରତିଶ୍ରୁତି ପାଣିରେ ଗାର , ଅ।ଉଟ୍ସେ।ର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅ।ନ୍ଦେ।ଳନ

ବ୍ରହ୍ମପୁର, (ଯୁଗାଦ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କାର୍ଯ୍ୟରତ ଅ।ଉଟ୍ସେ।ର୍ସିଂ କର୍ମଚାରୀଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହା ପ୍ରତିଶ୍ରୁତିରେ ହିଁ ରହିଯାଇଛି । ଗତ ଫେବୃଅ।ରୀ ୪-୫ ଦୁଇଦିନ ଧରି କାଯର‌୍ୟରତ ଅ।ଉଟସେ।ର୍ସିଂ କର୍ମଚାରୀମାନେ ୧୦ ଦଫା ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଅ।ନ୍ଦେ।ଳନ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ, ଉପଜିଲାପାଳ, ସଂଘର କର୍ମକର୍ତ୍ତା ଏବଂ ପେ।ଲିସର ଉପସ୍ଥିତିରେ ଏପ୍ରିଲ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବେ।ଲି ପ୍ରତିଶ୍ରୁତି ଦେବା ପରେ କର୍ମ·ରୀମାନେ ଅ।ନ୍ଦେ।ଳନ ପ୍ରତ୍ୟାହାର କରିଥିଲେ ।
କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଦୀର୍ଘ ୩ ମାସ ଅତିକ୍ରମ କରିଥିଲେ ମଧ୍ୟ ଏହି ସ୍ୱଳ୍ପ ବେତନ ଭେ।ଗୀ କର୍ମ·ରୀଙ୍କ ଦାବି ପୂରଣ ହେ।ଇପାରିନାହିଁ । ଦାବିଗୁଡ଼ିକ ମଧ୍ୟରେ ରାଜ୍ୟର ଅ।ଉଟସେ ।ର୍ସିଂ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ଶ୍ରମ ବିଭାଗ ନିୟମ ଅନୁଯାୟୀ ପ୍ରତି ମାସରେ ଦରମା ୮୦୭୦ ଟଙ୍କା, ପ୍ରତି ମାସର ୫ ତାରିଖ ମଧ୍ୟରେ ଦରମା ପ୍ରଦାନ, ପୂର୍ବରୁ ବକେୟା ଥିବା ୧୯ ମାସର ବର୍ଦ୍ଧିତ ଦରମା ପ୍ରଦାନ କରିବା, ଟେଣ୍ଡର ପରିବର୍ତ୍ତନ ହେଲେ ମଧ୍ୟ କାଯର‌୍ୟରତ ଅ ।ଉଟସେ ।ର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତିରେ ପରିବର୍ତ୍ତନ ନ କରିବା, ସମସ୍ତ କର୍ମଚାରୀଙ୍କୁ ଇପିଏଫ, ଇଏସଅ ।ଇ ସଠିକ୍ ଭାବେ ପ୍ରଦାନ କରିବା, ୪ ଦିନ ଛୁଟିର ଦରମା ପ୍ରଦାନ ଏବଂ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ସୁଯେ ।ଗ ଯେ ।ଗାଇ ଦେବା ଇତ୍ୟାଦି ଅନ୍ତର୍ଭୁକ୍ତ ।
ଏ ସମ୍ପର୍କରେ କର୍ମଚାରୀମାନଙ୍କ ସାଧାରଣ ପରିଷଦ ବୈଠକ ବରିଷ୍ଠ କର୍ମଚାରୀ ନେତା ସୁରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ।ଇ ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତିର ତୀବ୍ର ସମାଲେ ।ଚନା କରିବା ସହ ସ୍ୱାସ୍ଥ୍ୟ ବିଭାଗ ଗ୍ରୁପ ଡି କର୍ମଚାରୀଙ୍କ ପ୍ରତି ସାବତ ମାଅ। ଭଳି ବ୍ୟବହାର କରୁଥିବାରୁ କର୍ମଚାରୀ ନେତାମାନେ ଅସନ୍ତେ।ଷ ପ୍ରକାଶ କରିଥିଲେ । ଜୁଲାଇ ୧୦ ତାରିଖ ସୁଦ୍ଧା ଉକ୍ତ ଦାବିଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ଗ୍ରହଣ ନ କଲେ ପୁଣିଥରେ କାଯର‌୍ୟବନ୍ଦ
ଅ।ନ୍ଦେ।ଳନ କରାଯିବ ବେ।ଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ବୈଠକରେ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି, ଶାଖା ସମ୍ପାଦକ ଲାଲୁ ମେ।ହନ ବେହେରା, ଚନ୍ଦ୍ରୁ ପାତ୍ର, ରବି ନାରାୟଣ ବେହେରା, କେଶବ ନାୟକ, ଘନ ନାୟକ, ପ୍ରକାଶ ବେହେରା, ରାଜୁ ଚିନ୍ନା, ଅ ।ନନ୍ଦ ମିଶ୍ର, ରମେଶ ରାଓ, ଗୌରହରି ମହାପାତ୍ର, ସନାତନ ନାୟକ, ଏଲ.ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଅ ।ଲେ ।ଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ