ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ବିଭାଗ ର ଅଧିକାରୀ ଙ୍କ ସ୍ୱାବ ପରୀକ୍ଷା
ଛତ୍ରପୁର, (ଓ୍ବାଇଏନ୍ଏସ୍) :କରୋନା ସାରା ଦେଶ ରେ ଭୟାଭୟ ପରିସ୍ଥିତି ସୃଷ୍ଟି କରିଛି l ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଦିନ ରାତି କୁ ଏକ କରି କରୋନା ଯୁଦ୍ଧ ରେ ଏକ ଯୋଦ୍ଧା ସଦୃଶ କାର୍ଯ୍ୟ କରି କରୋନା ଭଳି ମହାମାରୀ ରୁ ରୋକିବା ପାଇଁ କାର୍ଯ୍ୟ କରୁଛନ୍ତି l ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ବିଭାଗ ର କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ର ଅଧିକାରୀ ମାନେ କରୋନା ମୁକବିଲା ନେଇ ବିଭିନ୍ନ ସନ୍ଦିଗ୍ଧ ଙ୍କ ସିଧା ସଳଖ ସ୍ପଶରେ ଆସିଥାନ୍ତି l ତେଣୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ଦୃଷ୍ଟି ରଖି ଗତ ୧୯ ତାରିଖରୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ବିଭିନ୍ନ ବିଭାଗ ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଙ୍କ ସ୍ୱାବ ପରୀକ୍ଷା କରାଯାଇଛି l ରବିବାର ପ୍ରାୟ ୩୦ ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି l ସମସ୍ତ ଆଶା ଅଙ୍ଗନବାଡି ଓ ପୋଲିସ ପ୍ରଶାସନ ଭଳି ସମସ୍ତ ଯୋଦ୍ଧା ଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମଧ୍ୟ ମିଳିଛି l ଏଥିରେ ଡା. ରାମାନୁଜନ ପଟ୍ଟନାୟକ, ଡା. ମମତା ମିଶ୍ର, କେ. ସି. ଜେନା, ଏମ ମାଧୁରୀ, ସବିତା କୁମାରୀ କୋଠିଆ. ସନ୍ତୋଷ ତ୍ରିପାଠୀ. ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଅଧିକାରୀ ମାନଙ୍କ ନମୁନା ସଂଗ୍ରହ କରିଥଲେ l


