ଟିକେଟ୍ ବୁକିଂ କାଉଣ୍ଟର ନିକଟରେ ଶବ ଉଦ୍ଧାର

ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ରେଳ ଷ୍ଟେସନ ଟିକେଟ୍ ବୁକିଂ କାଉଣ୍ଟର ନିକଟରେ ଏକ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଚମାଖଣ୍ଡି ଗ୍ରାମର ସିଏଚ୍‌.ପୁରୁଷୋତ୍ତମ ରେଡ୍ଡୀ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣକ ମସ୍ତିସ୍କ ବିକୃତ ରହିଥିବା ସୂଚନା ମିଳିଛି । ଗତକାଲି ଠାରୁ ଷ୍ଟେସନ ଠାରେ ପୁରୁଷୋତ୍ତମ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ଆଜି ସକାଳ ଦେଖିବାକୁ ବେଳକୁ ଟିକେଟ୍ ବୁକିଂ କାଉଣ୍ଟର ନିକଟରେ ଅଚେତ ଅବସ୍ଥାରେ ଶୋଇଥିବା ଜଣାପଡିଥିଲା । ରେଳ ବିଭାଗ ପୁଲିସ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ