ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ଫନୀ ବାତ୍ୟା ପ୍ରୀଡ଼ିତ ପୁରୀ ଜିଲ୍ଲାରେ ରିଲିଫ୍ କାମ

ପୁରୀ : ଆନନ୍ଦମାର୍ଗ ୟୁନିଭର୍ସାଲ୍ ରିଲିଫ୍ ଟିମ୍ର ସ୍ଥାନୀୟ
ଶାଖା ତଥା ବୈକୁଣ୍ଠ ନଗରସ୍ଥିତ ଜାଗୃତି ଆଶ୍ରମ ପ୍ରମୁଖ ଆଚାର୍ଯ୍ୟ ଜୟ ଶିବାନନ୍ଦ
ଅବଧୂତଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର କେତେକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର
କର୍ମକର୍ତା ବଦାନ୍ୟ ଲୋକମାନଙ୍କ ଠାରୁ ଚୁଡ଼ା, ଚାଉଳ, ଡ଼ାଲି, ତେଲ, ପନିରିବା
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପଇସା ଏବଂ ଦରୀ ଆଦି ସଂଗ୍ରହ କରି ଏକ ମିନିଟ୍ରକ୍,
ଏକ କାର୍ ସମେତ ଜିଲ୍ଲା ପ୍ରଶାସନ ତଥା ପୋଲିସ୍ ବିଭାଗର ସହଯୋଗ କ୍ରମେ ଏକ
ଏସ୍କୋର୍ଟ ଗାଡ଼ିର ସହାୟତାରେ ଏଠାରୁ ବାହାରି ପୁରୀ ଜିଲ୍ଲାପାଳଙ୍କ କଂଟ୍ରୋଲ ରୁମ୍
ପରାମର୍ଶ କ୍ରମେ ଫନୀ ବାତ୍ୟା ପ୍ରୀଡ଼ିତ ବିଭିନ୍ନ ଅଂଚଳରେ ସେବା ଯୋଗାଇବା ପାଇଁ
ନିଯୁକ୍ତ ଅଛନ୍ତି । ଉକ୍ତ ରିଲିଫ୍ କାମରେ ନିଯୁକ୍ତ ଗାଡ଼ିଗୁଡ଼ିକ ଗତକାଲି ଏଠାରୁ ବାହାରି ଅପରାହ୍ନ ସୁଦ୍ଧା ଭୁବନେଶ୍ୱରସ୍ଥ ଆନନ୍ଦମାର୍ଗର ରାଜ୍ୟ କାର୍ଯ୍ୟାଳୟ ଠାରେ ପହଂଚିଥିଲା । ସେଠାରୁ କେତେକ ରାଜ୍ୟସ୍ତରୀ ସ୍ୱେଚ୍ଛାସେବୀ ଏବଂ ପିଇବାପାଣି ବୋଝେଇକୁ ସାଥିରେ ଧରି ଯାଇଥିଲେ । ରିଲିଫ୍ କାମରେ ସି.ଏ.ସି, ୱାଇ.ଏସ୍.ଡ଼ି. ସଂସାର, ପ୍ରୋଗ୍ରେସ୍ ଆଦି ସଂସ୍ଥା ତରଫରୁ ଡ଼ଃ ଗୁରୁଚରଣ ପାତ୍ର, ବିଭ୍ରୁସାଦ ସାହୁ, ରମେଶ ଚନ୍ଦ୍ର ସାହୁ, ସରୋଜ ରଂଜନ ପଟ୍ଟନାୟକ, ସମେତ ସମାଜସେବୀ କୈଳାସ
ସାହୁ (ବଜରଙ୍ଗୀ ଭାଇ) ଦୈନିକ ପତ୍ରିକା ଆଜିକାଲି ଜିଲ୍ଲା ପ୍ରତିନିଧି ରବି ରାଉତରାୟ,
ଅମୃତ ଦୁନିଆ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟନାରାୟଣ ବେହେରା, ଜାଗୃତି ଆଶ୍ରମ ସଂଯୋଗ
ଉମାପ୍ରସାଦ ବିଷୋୟୀ, ଏନ୍.ଆର୍.ଡ଼ି.ଓ.ର ଭିକାରୀ ନାୟକ, ଗୌରୀ ଶଙ୍କର ମହାନ୍ତି,
ଗାୟତ୍ରୀ ଦେବୀ ପ୍ରମୁଖ ଶ୍ରମଦାନ କରିବା ପାଇଁ ଯୋଗଦାନ କରିଛନ୍ତି ।
ବର୍ତମାନ ସୁଦ୍ଧା ଯୋଗାଯୋଗ ହୋଇପାରୁନଥିବାରୁ ସବିଶେଷ ବିବରଣୀ ପ୍ରଦାନ
କରାଯାଇପାରୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ