ସ୍ୱେଚ୍ଛାସେବୀ ଯୁବକଙ୍କ ଦ୍ୱାରା ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ

ରଜନୀକାନ୍ତ ମିଶ୍ର,(ଭବାନୀପାଟଣା):ଦେଶ ବ୍ୟାପି ଲକଡାଉନ ଥିବା ବେଳେ ଗରିବ ଲୋକମାନଙ୍କ ପେଟପାଟଣା ଚାଲିବା ପାଇଁ ଅସୁବିଧା ହେଉଥିବା ବେଳେ ଗ୍ରାମର କିଛି ସ୍ବେଛାସେବୀ ନିଜ ଉଦ୍ୟମରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଦି ଓଳି ଦେଉଥିବା ଦେଖିବାକୁ ମିଳୁଛି। ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଡୁମେରବହାଲ ଗ୍ରାମ କିଛି ସ୍ବେଛାସେବୀ ନିଜ ଅର୍ଥ ରେ ଗ୍ରାମର ୧୫୦ ଗରିବ ଲୋକଙ୍କୁ ଦିଓଳି ରନ୍ଧା ଖାଦ୍ୟ ଦେଉଥିବା ଦେଖିବାକୁ ମିଳୁଛି। ଦେଶର ଏହି ବିପତ୍ତି ସମୟରେ ଗରିବ ଲୋକ ଖାଇବା ପାଇଁ ଅସୁବିଧା ଭୋଗୁଥିବା ବେଳେ ଏଭଳି ସ୍ବେଛାସେବୀ ଙ୍କ କାର୍ଯ୍ୟ ପ୍ରଶଂସନୀୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ