ଭାରତୀୟ ତୈଳ ନିଗମ ପକ୍ଷରୁ ସହାୟତା

ରଜନୀକାନ୍ତ ମିଶ୍ର,(ଭବାନୀପାଟଣା):କୋରୋନା ପରିସ୍ଥିତି କୁ ଦେଖି ଭାରତୀୟ ତୈଳ ନିଗମ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ପ୍ରଦାନ କରାଯାଉଛି।କଳାହାଣ୍ଡି ଜିଲ୍ଲାରେ ମୋଟ ଦୁଇ ଲକ୍ଷ୍ୟ ଦୁଇ ହଜାର ଉଜ୍ଜ୍ଵଳା ଗ୍ୟାସ ଉପଭୋକ୍ତା ଏହି ଯୋଜନା ମାଧ୍ୟମରେ ତିନି ମାସରେ ତିନ ଟି ରିଫିଲ ଗ୍ୟାସ ପାଇବେ ବୋଲି ଫିଲଡ଼ ଅଫିସର ଦେବବ୍ରତ ମହାନ୍ତିଙ୍କ ସୂଚନା ପ୍ରଦାନ କରିଛନ୍ତି।ସମସ୍ତ ଉପଭୋକ୍ତା ଙ୍କ ବ୍ୟାଙ୍କ ଖାତାରେ ଅଗ୍ରୀମ ଟଙ୍କା ଜମା ହୋଇଯାଇଛି।ଜିଲ୍ଲାରେ ମୋଟ ୨୯ ଜଣ ଗ୍ୟାସ ବିତରକ ସମସ୍ତ ଉପଭୋକ୍ତା ମାନଙ୍କୁ ସେବା ଯୋଗାଉଛନ୍ତି।ଏହି ଗ୍ୟାସ ବିତରଣ ନିୟୋଜିତ କର୍ମଚାରୀ ମାନଙ୍କର ଯଦି କୋରୋନା ପାଇଁ କିଛି କ୍ଷତି ହୁଏ, ତାହେଲେ କମ୍ପାନୀ ତରଫରୁ ପାଞ୍ଚ ଲକ୍ଷ୍ୟ ଟଙ୍କା ର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ