ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ କମ୍ବଳ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ଉନ୍ନୟନ ସଂସ୍ଥା ପକ୍ଷରୁ ଗରିବ, ଅସହାୟ ତଥା ବୟୋବୃଦ୍ଧ ବ୍ୟକ୍ତି ଓ ମହିଳା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସଂସ୍ଥାର ପ୍ରତିଷ୍ଠାତା ସ୍ୱର୍ଗତ ଖଗେଶ୍ୱର ବିଶ୍ୱାଳଙ୍କ ଉଦ୍ୟମରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯାଉଛି । ଚଳିତ ବର୍ଷ ସଂସ୍ଥାର ସଭାପତି ଶତ୍ରୁଘ୍ନ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ୍ତ, ଟିଲୋ କରଞ୍ଜପଡ଼ା, ପୋଡ଼ାପାଟଣା, ଦେବତାଗଡ଼ିଆ, କୋଳିପଦୀ, ଧନୀଓଝା, ଅଜାଣଗଡ଼ିଆ, କୁମ୍ଭକରାଳ ଗ୍ରାମର ୪୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ପୁରୁଷୋତ୍ତମପୁର ଗ୍ରାମର ସୁମନ କୁମାର ବିଶ୍ୱାଳ, ବନ୍ତ ଗ୍ରାମର ଡାକ୍ତର ମଳୟ ପ୍ରଧାନ ଏବଂ ରଞ୍ଜିତ ସାମଲଙ୍କ ଆର୍ଥିକ ସହଯୋଗରେ ରବିନ୍ଦ୍ରନାଥ ଓଝା, ଗୟାଧର ଜେନା, ଲାଲମୋହନ ଜେନା, ସନ୍ତୋଷ କୁମାର ଗାହାଣ, ସମ୍ବିତ ପଣ୍ଡା ପ୍ରମୁଖ ହିତାଧିକାରୀ ମାନଙ୍କ ଘରକୁ ଯାଇ କମ୍ବଳ ବଣ୍ଟନ କରିଥିଲେ ।