ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରସ୍ତୁତି ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ଗ୍ରାମୀଣ ଉନ୍ନୟନ ସଂସ୍ଥାର କର୍ମକର୍ତ୍ତାମାନଙ୍କୁ ନେଇ ଚଳିତ ବର୍ଷ କମ୍ବଳ ବଣ୍ଟନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥା ଦ୍ୱାରା ଗତ ୬ ବର୍ଷ ଧରି ବନ୍ତ ସମେତ ଆଖପାଖ ଗ୍ରାମ ପଞ୍ଚାୟତରେ ବୃଦ୍ଧବୃଦ୍ଧା, ରୋଗୀ, ଦିବ୍ୟାଙ୍ଗ, ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଓ ମହିଳାମାନଙ୍କୁ କମ୍ବଳ ବଣ୍ଟନ କରାଯାଉଅଛି । ବୈଠକରେ ସଙ୍ଗଠନର ପ୍ରତିଷ୍ଠାତା ଖଗେଶ୍ୱର ବିଶ୍ୱାଳ, ଅଧ୍ୟକ୍ଷ ଶତୃଘ୍ନ ପରିଡ଼ା, ସଦସ୍ୟ ଗୟାଧର ଜେନା, ରବିନ୍ଦ୍ରନାଥ ଓଝା, ସମ୍ବିତ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲୋ । ଜାନୁଆରୀ ୧ ତାରିଖରେ କମ୍ବଳ ବଣ୍ଟନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉକ୍ତ ସଂସ୍ଥା ଦ୍ୱାରା ବନ୍ତର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ମଠ, ମନ୍ଦିରକୁ ସଫେଇ ସାମଗ୍ରୀ ଯୋଗାଣ ସମେତ ସମାଜ ସେବା ଜାରି ରହିଛି । ଚଳିତ ବର୍ଷ ସହଯୋଗୀ ଡାକ୍ତର ମଳୟ କୁମାର ପ୍ରଧାନ, ଶୁଭଶ୍ରୀ ଜେନା ଓ ସୁମନ କୁମାର ବିଶ୍ୱାଳ କମ୍ବଳ ବଣ୍ଟନରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ