ସ୍ୱେଚ୍ଛାସେବୀ ସେବାକେନ୍ଦ୍ରର ସଫେଇ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱଚ୍ଛତା ଆମ ଦେଶର ଗୌରବ । ଆମ ପର୍ଯ୍ୟଟନସ୍ଥଳୀ ସ୍ୱଚ୍ଛତା ରହିଲେ ବିଭିନ୍ନ ଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ସେଥିପ୍ରତି ଧ୍ୟାନ ଦେଇ ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ଭୁବନେଶ୍ୱରର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନସ୍ଥଳୀ ଧଉଳିଗରିିର ଅଶୋକସ୍ତମ୍ଭ, ପଞ୍ଚାୟତ କାର୍ଯ୍ୟାଳୟ, ଧଉଳି ପାର୍କ ଆଦି ବିଭିନ୍ନ ସ୍ଥାନକୁ ସଫେଇ କରିଥିଲେ । ସେବାକେନ୍ଦ୍ରର ସମ୍ପାଦକ ବାପି ନାୟକ ସ୍ୱେଚ୍ଛାସେବୀମାନଙ୍କୁ ଅବଗତ କରି କହିଥିଲେ ଯେ, ପର୍ଯ୍ୟଟନସ୍ଥଳୀ ଆମର ଘର ଏବଂ ଅଶୋକସ୍ତମ୍ଭ ଆମ ଦେଶର ପ୍ରତୀକ । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଯେଉଁଥିପାଇଁ ଦେଶ ତଥା ଦେଶ ବାହାରୁ ବିଭିନ୍ନ ପର୍ଯ୍ୟଟକ ଆସି ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିଥାନ୍ତି । ତେଣୁ ପର୍ଯ୍ୟଟନସ୍ଥଳୀକୁ ସଫା ସୁତୁରା ରଖିଲେ ବିଦେଶୀ ପର୍ଯ୍ୟଟକମାନେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ପ୍ରତି ଆକର୍ଷିତ ହୋଇପାରିବେ । ଏହି ସଫେଇ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୁପାଲି ଦଳାଇ, ବୀଣା ବେହେରା, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରତ୍ୟାଶା ବରାଳ, ବିମଳ ନାୟକ ପ୍ରମୁଖ ସହଯୋଗ କରିଥିଲେ ।


