ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ପତି ସୋମବାର କାର୍ଯ୍ୟ ନିବୃତ୍ତ ହୋଇଛନ୍ତି । ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଷ୍ଟାଫ ଆସୋସିଏସନ ପକ୍ଷରୁ ସଭାପତି ମେଜର ମନୋରଞ୍ଜନ ମହାନ୍ତିଙ୍କ ପୈାରହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଓ ପରିଚାଳନା ସମିତି ସଦସ୍ୟ ଅଧ୍ୟାପକ ଅଜୟ କୁମାର ସାମଲ ଯୋଗଦେଇ ଶ୍ରୀ ପତିଙ୍କ ମହାବିଦ୍ୟାଳୟ ପାଇଁ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଷ୍ଟାଫ ଆସୋସିଏସନ ସମ୍ପାଦକ ଅଧ୍ୟାପକ ରଞ୍ଜିତ କୁମାର ଦାସ ସଭାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉତ୍ସବରେ ପ୍ରାଧ୍ୟାପକ ଡଃ. ଦେବେନ୍ଦ୍ର ନାଥ ଗୋଚ୍ଛାୟତ, ଡଃ. ପ୍ରମୋଦ କୁମାର ଦାସ, ପ୍ରଫେସର ରାମଚନ୍ଦ୍ର ପାତ୍ର, ରମାନାଥ ମହାନ୍ତି, ତୁଷାରକାନ୍ତି ଭୂୟାଁ, ପ୍ରଶାନ୍ତ କୁମାର ସାହୁ, ଡଃ. ସୁଚିସ୍ମିତା ବେହେରା, ସାଇନାଜ ଖାତୁନ, ଆନନ୍ଦ କୁମାର ନାୟକ, ମାନସୀ ମଞ୍ଜରୀ ଜେନା ପ୍ରମୁଖ ଏହି ପ୍ରସଙ୍ଗରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ପ୍ରାଧ୍ୟାପକ ଡଃ. ସଞ୍ଜୀବ କୁମାର ମହାନ୍ତି, ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ପ୍ରଭାକର ମଲ୍ଲିକ, ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ, ଡଃ. ସୁଷମା ଶତପଥୀ, ଡଃ. ରତ୍ନମଞ୍ଜରୀ ଦାଶ, ବାଣିଜ୍ୟ ବିଭାଗ ମୁଖ୍ୟ ଜ୍ଞାନ ରଞ୍ଜନ ଦାସ, ସୁରେଶ ଚନ୍ଦ୍ର ଦାଶ, ପ୍ରମୋଦ କୁମାର ବେହେରା, ରଞ୍ଜନ କୁମାର ସାମଲଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କୋଭିଡ ନିୟମ ଅନୁପାଳନ ପୂର୍ବକ ଉପସ୍ଥିତ ଥିଲେ । ପ୍ରଧ୍ୟାପକ ଶ୍ରୀ ପତି ସମ୍ବର୍ଦ୍ଧନାର ଉତ୍ତରରେ କହିଥିଲେ ଯେ ଏହି ମହାବିଦ୍ୟାଳୟ ତାଙ୍କପାଇଁ ମାଟିର ସ୍ୱର୍ଗ । ତାଙ୍କ ବୈାଦ୍ଧିକ, ଆତ୍ମିକ ଓ ଆଧ୍ୟାମିôକ ବିକାଶର ଉତ୍ସ । ଏଥିପାଇଁ ଏହି ମହାବିଦ୍ୟାଳୟ ନିକଟରେ ସେ ଚିରରୁଣୀ । ଶେଷରେ ସହସମ୍ପାଦକ ଡଃ. ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ