ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଋଣ ବଣ୍ଟନ ମେଳା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ପଞ୍ଚାୟତ ସମିତି ସଭା ଗୃହରେ ଜାନୁଆରୀ ୧୧ ତାରିଖ ଦିନ ପୋଲସରା ବ୍ଳକର ୨୬ ଗୋଟି ପଞ୍ଚୟତର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ମହିଲମାନଙ୍କୁ ରୋଜଗାର କ୍ଷମ କରି ସ୍ୱାବଲମ୍ବୀ କରିବା ପାଇଁ ଏହି ଋଣ ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବିଡ଼ିଓ ସୁରଞ୍ଜନ କୁମାର ସାହୁ , ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଓ ଉପାଧ୍ୟକ୍ଷ ସଂଯୁକ୍ତା ବାଡ଼ତ୍ୟା ଯୋଗ ଦେଇଥିଲେ। ଏବିଡ଼ିଓ ଧର୍ମରାଜ ପରିଡା ଓ ବିପିଏମ ସଞ୍ଜୁ ସାହୁଙ୍କ ସଂଯୋଜନାରେ ୫୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ୍ ଅତିଥି ମାନେ ବଣ୍ଟନ କରିଥିଲେ । କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ