ସ୍ୱୟଂ ସିଦ୍ଧା ଏବଂ ନିର୍ଭୟକଢି କାର୍ଯ୍ୟକ୍ରମର ଶୁଭାରମ୍ଭ

ଛତ୍ରପୁର : ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ ଜିଲ୍ଲାପରିଷଦ ଭବନ ଠାରେ ସ୍ୱୟଂସିଦ୍ଧା ଏବଂ ନିର୍ଭୟକଢି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି । ଗଂଜାମ ଜିଲ୍ଲାପ୍ରଶାସନ ର ଅଭିନବ ପ୍ରଚେଷ୍ଟା ସ୍ୱରୁପ ଆୟୋଜନ ହୋଇଥିବା ଏହା ମୁଖ୍ୟତଃ ବାଲ୍ୟବିବାହକୁ ବିଲୋପ କରିବା ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆହୁତ କରାଯାଇଛି । ଗଂଜାମରେ ୨୯ ଶତାଂଶ ବାଲ୍ୟ ବିବାହ ହେଉଥିବାରୁ ଏହାକୁ ବିଲୋପ କରିବା ପାଇଁ ବାଳିକା ମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯିବ । ୧୮୩୯୩୩ଜଣ ବାଳିକା ନିର୍ଦ୍ଧାରିତ ୧୮ବର୍ଷ ପୂର୍ବରୁ କେହି ବିବାହ ପାଇଁ ସମ୍ମତ୍ତି ଦେବେ ନାହିଁ । ଜୋର ଜବରଦସ୍ତ ବିବାହ କରାଇଲେ ଆଇନଗତ ସହାୟତା ପ୍ରଦାନ ସହିତ ସପୃକ୍ତ ବାଳିକାକୁ ପ୍ରଶାସନିକ ସହାୟତା ପ୍ରଦାନ କରାଯିବ । ସେହିପରି ଜିଲ୍ଲାରେ ଥିବା ୬୫୭୭୭ସ୍ୱୟଂ ସହାୟିକା ଗୋଷ୍ଠୀର ୬୮୯୫୦୭ ସଦସ୍ୟାଙ୍କୁ ପର୍ଯ୍ୟାୟକ୍ରମେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ତାଲିମ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫୦ଜଣ ସ୍ୱୟଂ ସହାୟିକାଙ୍କୁ ଜିଲ୍ଲାସ୍ତରରେ ତାଲିମ ଦିଆଯିବ । ସେମାନେ ପ୍ରତ୍ୟେକ ପଞ୍ଚାୟତରେ ଅତି କମ୍ ରେ ୧୦ଜଣ ସଦସ୍ୟାଙ୍କୁ ତାଲିମ ଦେବେ । ବନ୍ୟା ,ବାତ୍ୟା.ଅଗ୍ନୀକାଣ୍ଡ, ସାପକାମୁଡା, ସଡକ ଦୁର୍ଘଟଣା, ପାଣିରେ ବୁଡିଯାଉଥିବାକୁ ଉଦ୍ଧାର ପ୍ରଭୃତି ପରିସ୍ଥିତି କୁ ସେମାନେ କିପରୀ ମୁକାବିଲା କରିବେ । ତାହା ଏହି ତାଲିମ ପର୍ଯ୍ୟାୟ ଭୁକ୍ତ ହେବ । ପ୍ରାରମ୍ଭରେ ବାଲ୍ୟ ବିବାହ ରୋକିବା, ନାରୀ ସଶକ୍ତିକରଣ , ସ୍ୱଚ୍ଛତା ଅବଲମ୍ବନ, ପର୍ଯ୍ୟାବରଣ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ପ୍ରଭୃତି ଉପରେ ଶପଥ ପାଠ କରାଯାଇଥିଲା । ବାଲ୍ୟବିବାହକୁ ପ୍ରତିରୋଧ କରିଥିବା ଧରାକୋଟର ବର୍ଷାରାଣି ମୁନି, ଆସିକାର ଋତୁ ନାୟକ ଏବଂ ଯାଜ୍ଞସେନୀ ମଲ୍ଲୀକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲ।। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାନସଭା ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଯୋଜନା ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଂଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ବିଧାୟିକା ମଂଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ