ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ,ଅଜଣା ଗାଡ଼ିର ଧୋକାରେ ଯୁବକ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଆବାସିଙ୍ଗ ଛକ ନିକଟରେ ଅଜଣା ଗାଡ଼ିର ଧୋକାରେ ଯୁବକଙ୍କ ମୃତ୍ୟୁ । ସୂଚନା ଅନୁସାରେ ଶୁକ୍ରବାର ରାତି ୯:୩୦ ସମୟରେ ପାରଳାଖେମୁଣ୍ଡି ଠାରୁ ଗୁମ୍ମା ଫେରିବା ରାସ୍ତାରେ ଆବାସିଙ୍ଗ ଛକ ନିକଟରେ ବାଇକ (ଓଆର ୦୨ଏ-୦୬୬୭) ଚାଳକ ଆଶ୍ରୟଗଡ଼ ଗ୍ରାମର ସିପନ୍ୟ ସିଂ(୨୫) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏକ ଅଜଣା ଚାରି ଚକିଆ ଗାଡ଼ି ଗୁମ୍ମା ଠାରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ ଉକ୍ତ ବାଇକକୁ ଧୋକା ଦେଇଥିଲା। ଫଳରେ ଚାଳକଙ୍କ କୁରୁତ୍ତ୍ୱର ଅବସ୍ଥାରେ ଦେଖି ସ୍ଥାନୀୟ ଯୁବକ ରାଜୁ ରାଉଳ ପରିବାର ଲୋକଙ୍କୁ ଜଣାଇବା ସହ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ନେବାକୁ କହିଥିଲେ ବ୍ରହ୍ମପୁର ନେବା ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସେରଙ୍ଗ ଥାନାରେ କେସ ନଂ ୭୮/୨୧ ସଡ଼କ ଦୁର୍ଘଟଣା ମୃତ୍ୟୁମାମଲାରେ ରୁଜୁ କରି ସବବେବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଗୁମ୍ମା ପାଣ୍ଡି ଅଧିକାରୀ ପ୍ରତାପ କୁମାର ପ୍ରଧାନ କହିଛନ୍ତି।


