ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ନିଖିଳ ଓଡ଼ିଶା ଅଟୋ ମହାସଂଘ ପକ୍ଷରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର‌୍ୟ୍ୟଶକ୍ରମ ଖାରବେଳ ନଗରସ୍ଥିତ ଉକ୍ରଳ ସାମ୍ବାଦିକ ଭବନଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ମହାସଂଘର ସଭାପତି ତଥା ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ସୁବାସ ସିଂ, ଟ୍ରାଫିକ୍ ଏ.ସି.ପି କିଶୋର କୁମାର ପାଣିଗ୍ରାହୀ, ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଆର୍ଟିଓ ଡ଼ିଭିଜନ-୧ର ପ୍ରଦୀପ ମହାନ୍ତି, ପୋସ୍କୋର ଅଧ୍ୟକ୍ଷ ମତଲୁବ ଅଲ୍ଲୀ ପ୍ରମୁଖ ଯୋଗଦେଇ ଟ୍ରାଫିକ୍ ସଚେତନତା ଉପରେ ମତବ୍ୟକ୍ତ କରିଥିଲେ । ଅଟୋଚାଳକମାନେ ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ସେମାନେ ପ୍ରଥମେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ହେବା ଜରୁରୀ । ଟ୍ରାଫିକ୍ ଏ.ସି.ପି. ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଅଟୋଚାଳକମାନେ ଗାଡ଼ି ଚଳାଇବା ସମୟରେ ନିଶା ସେବନ ନକରି ଗାଡ଼ି ଚଳାଇବା ସହିତ ସ୍କୁଲ୍ ପିଲା ନେବା ଆଣିବା କରିବା ସମୟରେ ଓଭର ଲୋଡ଼ ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଓଭରଲୋଡ଼ କରିବା ଫଳରେ ଅନେକ ସମୟରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାମାନ ଘଟିଥାଏ । ତେଣୁ ଶୃଙ୍ଖଳିତ ଭାବେ ଗାଡ଼ି ଚଳାଇଲେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିବ । ଏହି କାର‌୍ୟ୍ୟେକ୍ରମରେ ଭୁବନେଶ୍ୱରର ସମସ୍ତ ଅଟୋ ମହାସଂଘର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ